fbpx
BSKY
BJD MC SKY
BJD YOUTH SKY

ଟ୍ରକ୍ ପଛରେ ପିଟିଲା ବାଇକ୍: ୨ ମୃତ

କେନ୍ଦୁଝର, ୩୧ା୩ (ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । କେନ୍ଦୁଝର ଟାଉନ୍ ଥାନା ଅଧୀନସ୍ଥ ନରଣପୁର ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣାର ସଠିକ୍ କାରଣ ଜଣାପଡ଼ିନଥିଲେ ହେଁ ଅନ୍ୟମନସ୍କ ଭାବେ ଦ୍ରୁତଗତିରେ ଗାଡ଼ି ଚଳାଇବାରୁ ଏପରି ଘଟିଥିବା ଅନୁମାନ କରାଯାଉଛି । ମୃତ ଦୁଇ ବାଇକ୍ ଅରୋହୀଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଶବ ଦ୍ୱୟ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

Get real time updates directly on you device, subscribe now.