fbpx
BJD SKY
BJD SKY

ବିଧବାଙ୍କ ଲଜ୍ଜାହୀନ କାରନାମା: ଶାଶୂଘରର ୯ ଜଣଙ୍କୁ ଦେଲେ ବିଷ, ନିଜେ ନଣନ୍ଦେଇ ସାଙ୍ଗରେ ମାରିଲେ ଛୁ

BJD

ନୂଆଦିଲ୍ଲୀ, ୩୧ା୩: ମଧ୍ୟପ୍ରଦେଶରେ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଜଣେ ବିଧବା ମହିଳା ଶାଶୂଘରର ୯ ଜଣ ସଦସ୍ୟଙ୍କୁ ବିଷଦେଇ ମାରିଛନ୍ତି । କେବଳ ସେତିକି ନୁହେଁ, ନିଜ ନଣନ୍ଦେଇ ସାଙ୍ଗରେ ଫେରାର ହୋଇଯାଇଛନ୍ତି । ଏନେଇ ବିଧବା ମହିଳା ଓ ତାଙ୍କର ପ୍ରେମିକଙ୍କ ନାମରେ ପୋଲିସରେ ମାମଲା ରୁଜୁ କରାଯାଇଛି ।

ସୂଚନା ଅନୁଯାୟୀ, ମହିଳା ମହିଳାଙ୍କର ସ୍ୱାମୀଙ୍କ ମୃତ୍ୟୁ ପରେ ସେ ତାଙ୍କର ଦିଅରଙ୍କୁ ବିବାହ କରିଥିଲେ । ମାତ୍ର ମହିଳାର ନଣନ୍ଦେଇଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହେବା ପରଠାରୁ ଦୁହେଁ ମିଶି ସମସ୍ତଙ୍କୁ ମାରିଦେବାକୁ ଯୋଜନା କରିଥିଲେ । ତେଣୁ ମହିଳା ସମସ୍ତ ସଦସ୍ୟଙ୍କୁ ଖାଇବାରେ ବିଷ ଦେଇ ପ୍ରେମିକ ସହ ଫେରାର ହୋଇଯାଇଥିଲେ । ପୋଲିସ ପରିବାରର ସମସ୍ତ ସଦସ୍ୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ସହ ଦୁଇ ଅଭିଯୁକ୍ତଙ୍କୁ ଖୋଜୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.