fbpx
BJD SKY
BJD SKY

(Video) ‘ଜାନେ ନେହିଁ ଦେଙ୍ଗେ ତୁଝେ…’ ବିନା ଚାଲାଣ କେ: ଷ୍ଟାଇଲ ମାରି ଫସିଗଲେ ‘3 Idiots’ ଷ୍ଟାର

BJD

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ରିଲ୍ କରି ଭାଇରାଲ ହେବା ପାଇଁ ଆଜିକାଲିର ଯୁବପିଢୀ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି । ଅନେକ ସମୟରେ ସେମାନେ କିଛି ଭୟାନକ ଏବଂ ଭୁଲ ପଦକ୍ଷେପ ନେଇ ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଯାହା ଫଳରେ କିଛି ୟୁଜର ପ୍ରାଣ ହରାଉଥିଲେ ବି ଏହାକୁ ସୁଧାରୁ ନାହାନ୍ତି ୟଙ୍ଗଷ୍ଟର । ଏଭଳି ଆଉ ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଅମିର ଖାନଙ୍କ ସୁପରହିଟ ଫିଲ୍ମ ‘୩ ଇଡିୟଟ୍ସ’ର ଷ୍ଟଣ୍ଟ ମାରିବା ଜଣକ ଉପରେ ଖୁବ ମହଙ୍ଗା ପଡ଼ିଛି । ଏହି ଷ୍ଟାଇଲ ପାଇଁ ଏବେ ଇନଷ୍ଟାଗ୍ରାମ ୟୁଜରଙ୍କୁ ଖାଇବାକୁ ପଡ଼ିଛି ପୋଲିସବାବୁଙ୍କ ଛାଟ ।

ମିଳିଥିବା ସୂଚନା ଅନୁଯାୟୀ, ବାଇକରେ ଯାଉଥିବା ବେଳେ ଅମିର କାନଙ୍କ ‘୩ ଇଡିୟଟ୍ସ’ର ପପୁଲାର ବାଇକ ସିନ୍ ପୁଣିଥରେ କରିବାକୁ ଚେଷ୍ଟା କରୁଥିଲେ ଯୁବକ । ତେବେ ବାଇକରେ ୩ ଜଣ ବ୍ୟକ୍ତି ବସିଥିଲେ, ଯାହା ଆଇନଗତ ଅପରାଧ । ଏହାବ୍ୟତୀତ ୩ ଇଡିୟଟ୍ସ ଷ୍ଟାଇଲରେ ବାଇକ ଚାଳକଙ୍କର କିଛି ଅଜବ କାରନାମା ତାଙ୍କୁ ଖୁବ ମହଙ୍ଗା ସାବ୍ୟସ୍ତ ହୋଇଛି । ଅମିର ଖାନଙ୍କ ସିନେମା ଷ୍ଟାଇଲକୁ ଏହି ଯୁବକ ଜଣକ ରିଅଲ ଲାଇଫରେ କରିବାକୁ ଚେଷ୍ଟା କରିଛନ୍ତି । ଏହାପରେ ଭିଡିଓକୁ ସେ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । ଏହାବ୍ୟତୀତ ଭିଡିଓରେ ଦେଖାଯାଇଛି ଯେ, ବାଇକ ଚାଳକ ଏବଂ ଅନ୍ୟ ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ କେହି ବି ହେଲମେଟ ପିନ୍ଧି ନାହାନ୍ତି ।

 

View this post on Instagram

 

A post shared by DelhiPolice (@delhi.police_official)

ଭାଇରାଲ ହେଉଥିବା ଏହି ଭିଡିଓରେ ଯୁବକଙ୍କ ବ୍ୟତୀତ ଦୁଇ ଜଣ ମହିଳା ବସିଥିବା ଦେଖାଯାଇଛି । ୩ ଇଡିୟଟ୍ସ ସିନେମାର ପପୁଲାର ସିନ୍ ସେ ରାସ୍ତାରେ କ୍ରିଏଟ କରି ସମ୍ପୂର୍ଣ୍ଣ ଭାବରେ ଫସି ଯାଇଛନ୍ତି । ତେବେ ଏହାର ଏକ ଭିଡିଓ ଇନଷ୍ଟାଗ୍ରାମରେ ଅପଲୋଡ ହୋଇଥିବା ବେଳେ ଏଥିରେ ‘୩ ଇଡିୟଟ୍ସ’ର ‘ଜିନେ ନେହିଁ ଦେଙ୍ଗେ ତୁଝେ…’ ଗୀତ ଏଡିଟ କରାଯାଇଛି । ଜିଗ ଜାଗ ଷ୍ଟାଇଲରେ ବାଇକ ଚଳାଉଥିବା ଦେଖିବା ପରେ ପୋଲିସ ଯୁବକଙ୍କୁ ଚାଲାଣ ଛାଟ ଦେଇଛି । ଚାଳକଙ୍କୁ ଏକା ସାଙ୍ଗରେ ୧୭,୦୦୦ ଟଙ୍କାର ଚାଲାଣ କାଟିଛି ପୋଲିସ ବାବୁ । ଏହାପରେ ଦିଲ୍ଲୀ ପୋଲିସ ଏକ ପୋଷ୍ଟ କରିଛନ୍ତି । ସେଥିରେ ଲେଖିଛନ୍ତି ଯେ, ‘ଜାନେ ନେହିଁ ଦେଙ୍ଗେ ତୁଝେ ବିନା ଚାଲାଣ କେ…’ ।

Get real time updates directly on you device, subscribe now.