fbpx
BJD SKY
BJD SKY

ଇଣ୍ଡୋନେସିଆରେ ମିଳିଲା କରୋନାର ସବୁଠାରୁ ଭୟଙ୍କର ଭାରିଆଣ୍ଟ, ଜାଣନ୍ତୁ ରୋକିପାରିବ କି ନାହିଁ ଆପଣଙ୍କ ଭ୍ୟାକସିନ୍‌ ?

BJD

ନୂଆଦିଲ୍ଲୀ: କରୋନା ବିଶ୍ୱରୁ ଏକ ପ୍ରକାର ବିଦାୟ ନେଇ ସାରିଥିଲା ବେଳେ ଏହାକୁ ନେଇ ଏବେ ଏକ ଆଶ୍ଚର‌୍ୟ୍ୟଜନକ ଖବର ଆସିଛି। ଇଣ୍ଡୋନେସିଆର ଜାକର୍ତ୍ତାରେ ଠାବ ହୋଇଥିବା କାରନାର ଏହି ଭାରିଆଣ୍ଟ ଏକ ପ୍ରକାର ଆଲୋଡ଼ନ ସୃଷ୍ଟି କରିଛି। ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି ଯେ, ଇଣ୍ଡୋନେସିଆରେ ମିଳିଥିବା କୋଭିଡ ଭାରିଆଣ୍ଟ ୧୧୩ ପ୍ରକାର ହୋଇପାରେ ବୋଲି। ଜାକର୍ତ୍ତାର ଜଣେ ରୋଗୀଙ୍କଠାରୁ ଏକ ସ୍ୱାବରୁ ସଂଗୃହିତ ଡେଲ୍ଟାର ଏକ ପରିବର୍ତ୍ତିତ ସଂସ୍କରଣରେ ୧୧୩ ଟି ଅଲଗା ଅଲଗା ଭାରିଆଣ୍ଟ ରହିଥିଲା।

ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକମାନେ ଓମିକ୍ରନର ପ୍ରାୟ ୫୦ ଟି ଭାରିଆଣ୍ଟ ଚିହ୍ନଟ କରିଛନ୍ତି। ତେବେ ଜାକର୍ତ୍ତାରେ ଠାବ ହୋଇଥିବା ଏହି ଭାରିଆଣ୍ଟକୁ ‘ଅତ୍ୟଧିକ ବିପଜ୍ଜନକ’ ବୋଲି ବୈଜ୍ଞାନିକମାନେ ବର୍ଣ୍ଣନା କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ଯେ ଏହି ନୂତନ ଭାରିଆଣ୍ଟ ବିଭିନ୍ନ ପ୍ରକାର କରୋନା ଟିକାକୁ ପ୍ରଭାବିତ କରିପାରେ। ତଥାପି ଯଦିଓ ଏହା ବିସ୍ତାର କରେ, ବିଶ୍ୱକୁ କୌଣସି ପ୍ରକାରର ଲକଡାଉନ୍ ଦରକାର ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Get real time updates directly on you device, subscribe now.