fbpx
BJD SKY
BJD SKY

୪୦ ଫୁଟ ବିଜ ତଳକୁ ଖସି ବାଇକ୍‌, ପେଟ ଫାଟି ଚାଳକଙ୍କ ବାହାରିପଡିଲା ଅନ୍ତପୁଟଳ: ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି

BJD

ଭଞ୍ଜନଗର, (ଭାସ୍କର ନ୍ୟୁଜ ): ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡା ଗ୍ରାମ ନିକଟ ରେ ଥିବା ୪୦ଫୁଟ ବିଜ ତଳକୁ ଖସି ଗୁରୁତର  ।ସେ ହେଲେ ଦେବବ୍ରତ ବିଶ୍ୱାଳ ଘର ଯାଜପୁର ଅଞ୍ଚଳ ଜଣେ ଠିକାଦାର ବୋଲି ଜଣାପଡିଛି । ଖବର ନେବାରେ ତିଳିସିଙ୍ଗି ଅଞ୍ଚଳରେ ଦେବବ୍ରତର କାମ ଚାଲୁ ରହିଥିବା ବେଳେ ସେହି କାମକୁ ତଦାରଖ କରି ଭଞ୍ଜନଗର ଫେରୁଥିବା ବେଳେ ବିରୀତ ଦିଗରୁ ମାଲବାହୀ ଟ୍ରକଟି ଯିବାର ଦେଖି ବାଇକ୍‌ ଚାଳକ ଦେବବ୍ରତ ଉତ୍କ ଟ୍ରକଟିକୁ ସାଇଟି ଦେବା ସମୟରେ ବାଇକ୍‌ ଟି ଭାରସାମ୍ୟ ହରାଇ ୪୦ଫୁଟ ବିଜ ତଳକୁ ଖସିଯିବା ଫଳରେ ଦେବବ୍ରତ  ଅନ୍ତପୁଟଳ ବାହାରକୁ ବାହାରି ପଡିବା ଫଳରେ ଗୁରୁତରର ହେଇପଡିଥିଲା । ଭଞ୍ଜନଗର ପୁଲିସ ଏହି ଦୁଘଟଣା ଖବର ପାଇ ଦେବପ୍ରକୁ ଗୁରୁତର ଅବସ୍ଥାରେ ଉଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏଠାରେ ଦେବବ୍ରତ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.