fbpx

ଜଳିଗଲା ବାଇକ, ଅଳ୍ପକେ ବର୍ତ୍ତିଲେ ଦାଦା-ପୁତୁରା

ଚାନ୍ଦବାଲି, ୧୦ା୨(ଓଡ଼ିଶା ଭାସ୍କର): ଆଜି ପୁଣିଥରେ ଗତକାଲିର ଘଟଣା ପୁନରାବୃତ୍ତି ହୋଇଛି । ଚାନ୍ଦବାଲିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ବାଇକ ଜଳିଯାଇଥିବା ସୂଚନା ମିଳିଛି । କିନ୍ତୁ ଏଥିରେ କାହାର ଧନଜୀବନ ନଷ୍ଟ ହୋଇନାହିଁ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଇକରେ ଯାଉଥିବା ଦାଦା ଓ ପୁତୁରା । ଉଲ୍ଲେଖଯୋଗ୍ୟ ଯେ ରାସ୍ତାରେ ୧୧କେଭି ତାର ଛିଣ୍ଡିକି ତଳେ ପଡ଼ିଥିଲା । ପରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛିଟକି ପଡ଼ିଥିଲେ ବାଇକରେ ଥିବା ଦାଦା ଓ ପୁତୁରା । କିନ୍ତୁ ବାଇକ ପୁରା ଜଳିଯାଇଥିବା ସୂଚନା ରହିଛି । ଗୁଆଳ ଗାଁରୁ କୋଥକଲା ବଜାରକୁ ଆସିବା ବେଳେ ଏହିପରି ଦୁର୍ଘଟଣା ଘଟିଛି ।

Get real time updates directly on you device, subscribe now.