fbpx

ରାଜ୍ୟରେ ଆଜିଠୁ ପାଗ ଶୁଖିଲା, ୩ଦିନ ଯାଏଁ ରହିବ ପ୍ରବଳ ଥଣ୍ଡା

ଭୁବନେଶ୍ୱର, ୧୦ା୨(ଓଡ଼ିଶା ଭାସ୍କର): ରାଜ୍ୟରେ ଆଗାମୀ ୫ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ନାହିଁ । ଆକାଶ ମେଘମୁକ୍ତ ସହ ଥଣ୍ଡାର ପ୍ରକୋପ ବଢ଼ିବ । ୩ଦିନ ଯାଏଁ ଥଣ୍ଡା ସହ ପାରଦ ୨ରୁ ୫ଡିଗ୍ରୀ କମିବାରେ ଆଶଙ୍କା ରହିଛି । ଏହାସହ ୬ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ୬ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, କଟକ, ଅନୁଗୁଳ, ବଲାଙ୍ଗୀର, ସୁନ୍ଦରଗଡ଼ ଓ ସୋନପୁର । ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ଦେଖାଯିବ । ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ କଳାହାଣ୍ଡିରେ ଘନକୁହୁଡ଼ି ଦେଖାଯିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.