fbpx

ମୋଦୀ-ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି

ନୂଆଦିଲ୍ଲୀ,୨୫ ।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପରିବାରକୁ ଗୁଜରାଟରେ ଭବ୍ୟ ସ୍ୱାଗତ ପରେ ଏବେ କୂଟନୀତିର ସମୟ । ଗସ୍ତର ଦ୍ୱିତୀୟ ଦିନ ବା ଶେଷ ଦିନରେ ହାଇଦ୍ରାବାଦ ହାଉସରେ ମୋଦୀ-ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଛି । ଏହି ଦ୍ୱିପାକ୍ଷିକ ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଟ୍ରମ୍ପଙ୍କ ଭାରତ ଗସ୍ତ ସବୁଦିନ ପାଇଁ ମନେ ରହିବ । ଭାରତ ଆସିଥିବାରୁ ମୁଁ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଉଛି । ଭବ୍ୟ ସ୍ୱାଗତ ପାଇଁ ଟ୍ରମ୍ପ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।’

ଅନ୍ୟପଟେ ଭାରତ ଆସିବା ମୋ ପାଇଁ ସମ୍ମାନର କଥା ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି । ଗୋଟିଏ ପଟେ ଟ୍ରମ୍ପ ହାଇଦ୍ରାବାଦ ହାଉସରେ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରୁଥିବା ବେଳେ ଅନ୍ୟପଟେ ତାଙ୍କ ପତ୍ନୀ ମେଲାନିଆ ଦିଲ୍ଲୀର ଏକ ସରକାରୀ ସ୍କୁଲକୁ ବୁଲି ଦେଖିଛନ୍ତି ।

Get real time updates directly on you device, subscribe now.