fbpx

ନିର୍ଭୟା ଗଣଦୁଷ୍କର୍ମ ମାମଲା, ମାର୍ଚ୍ଚ ୫ରେ କେନ୍ଦ୍ର ଆବେଦନର ଶୁଣାଣି

ନୂଆଦିଲ୍ଲୀ, ୨୫ା୨: ସୁପ୍ରିମକୋର୍ଟରେ ନିର୍ଭୟା ଗଣଦୁଷ୍କର୍ମ ହତ୍ୟା ମାମଲାର କେନ୍ଦ୍ର ଆବେଦନ ଉପରେ ହେବାକୁ ଥିବା ଶୁଣାଣି ଆଜି ଘୁଞ୍ଚିଛିି । ନିର୍ଭୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ କେନ୍ଦ୍ର ଆବେଦନ କରିଛି । ଏହି ଆବେଦନର ଶୁଣାଣି ଆଜି ପରିବର୍ତ୍ତେ ମାର୍ଚ୍ଚ ୫ରେ ହେବ ବୋଲି ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ନିର୍ଭୟା ଗଣଦୁଷ୍କର୍ମରେ ଲିପ୍ତ ଥିବା ଦୋଷୀଙ୍କ ଫାଶୀକୁ ନେଇ ସୁପ୍ରମିକୋର୍ଟରେ କେନ୍ଦ୍ର ଆବେଦନ କରିଥିଲା । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେନ୍ଦ୍ର ସରକାର ।
ଜଣେ ଦୋଷୀର ଆବେଦନ ବଢ଼ିଲେ ଅନ୍ୟଙ୍କୁ କାହିଁକି ଫାଶୀ ମିଳିବନି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଗତ ୫ ତାରିଖ ଦିନ ୪ଦୋଷୀଙ୍କୁ ପୃଥକ ଭାବେ ଫାଶୀ ପାଇଁ ମନା କରିଥିଲେ ହାଇକୋର୍ଟ । ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ଆବେଦନ ଖାରଜ କରିଥିଲେ ହାଇକୋର୍ଟ । ସମସ୍ତ ଦୋଷୀଙ୍କୁ ଏକତ୍ର ଫାଶୀ ଦେବାକୁ ରାୟ ଶୁଣାଇଥିଲେ ହାଇକୋର୍ଟ ।

Get real time updates directly on you device, subscribe now.