fbpx

ଏମିତି ବି ଆସେ ମୃତ୍ୟୁ; ବିଲ୍ ଦେବାବେଳେ ଉଡ଼ିଗଲା ପ୍ରାଣବାୟୁ

AAKASH

ମୃତ୍ୟୁ ବି ଏମିତି ଆସେ କେହି କେବେ ଭାବି ନଥିବେ । ମାତ୍ର ୩ ସେକେଣ୍ଡରେ ଉଡ଼ିଗଲା ପ୍ରାଣ ବାୟୁ ।  ରେଷ୍ଟୁରାଣ୍ଟରେ ଡିନର କରି ବିଲ୍ ଦେଉ ଦେଉ ଚାଲିଗଲା ପ୍ରାଣବାୟୁ । ଏଭଳି ଘଟଣାକୁ କେହି ସ୍ୱପ୍ନରେ କଳ୍ପନା କରିନଥିବେ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବରେଲିରେ  । ଯେଉଁଠାରେ ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟକୁ ଖାଇବାକୁ ଆସୁଛନ୍ତି । ଖାଇସାରିବାପରେ ବିଲ୍ ପୈଠ ମଧ୍ୟ କରିବାକୁ କାଉଣ୍ଟରକୁ ଆସୁଛନ୍ତି । କିନ୍ତୁ ଏହି ସମୟରେ ହଠାତ୍ ସେ ତଳେ ପଡ଼ିଯାଇଥିଲେ । ଆଉ ଦେଖୁ ଦେଖୁ ତାଙ୍କର ସେଠାରେ ହିଁ କିଛି ସେକେଣ୍ଡରେ ମୃତ୍ୟୁ ହୋଇଯାଇଛି । ପାଖରେ ଥିବା ଲୋକେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିବା ସମୟରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା । ତେବେ ରେଷ୍ଟୁରାଣ୍ଟର ସିସିଟିଭି କ୍ୟାମେରାରେ ଏହି ସବୁ ଦୃଶ୍ୟ କଏଦ ହୋଇଯାଇଛି । ମୃତ ବ୍ୟକ୍ତି ଜଣକ ପ୍ରୟାଗରାଜ ମାଣ୍ଡା ଥାନା ଅଞ୍ଚଳର ଅଧିବାସୀ । ୨୦୦୪ରୁ ସେ ବରେଲୀ ଜଙ୍କସନରେ ଟ୍ରେନ ଲାଇଟିଙ୍ଗ୍ ସେକ୍ସନର ଫିଟର ଭାବେ କାର୍ଯ୍ୟ କରୁଥିଲେ । କୁହାଯାଉଛି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.