fbpx
BSKY
BJD YOUTH SKY
BJD MS SKY

Suicideକୁ ଆଇନତଃ ମଞ୍ଜୁରୀ ଦେଲା ଏହି ଦେଶ: ବିନା ଯନ୍ତ୍ରଣାରେ ମିନିଟକରେ ପ୍ରାଣ ନେଉଛି ମେସିନ

ନୂଆଦିଲ୍ଲୀ: ଅନେକ ଦେଶ ଫାଶୀ ଦଣ୍ଡାଦେଶକୁ ବିରୋଧ କରୁଥିବା ବେଳେ ଆତ୍ମହତ୍ୟାକୁ କୌଣସି ରାଷ୍ଟ୍ର ଅନୁମତି ପ୍ରଦାନ କରୁନାହିଁ । ଏମିତି ଏକ ବ୍ୟବସ୍ଥା ଆସିଛି ଯେଉଁଥିରେ ଆପଣ ଚାହିଁଲେ ମାତ୍ର ମିନିଟକରେ ବିନା ଯନ୍ତ୍ରଣାରେ ପ୍ରାଣ ହରାଇ ପାରିବେ । ଏହି ଯନ୍ତ୍ରଟିର ନାମ ଜ୍ୱିଚ୍ ରହିଥିବା ବେଳେ ସ୍ୱିଜରଲାଣ୍ଡ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ବିଶ୍ୱର ପ୍ରଥମ ଦେଶ ଭାବରେ ଆତ୍ମହତ୍ୟାକୁ ଆଇନତଃ ବୈଧ ଘୋଷଣା କରିଛନ୍ତି ସରକାର । ଏହି ମେସିନକୁ ମୃତ୍ୟୁ ଯନ୍ତ୍ର କୁହାଯାଉଥିବା ବେଳେ ମାତ୍ର କିଛି ମିନିଟ ମଧ୍ୟରେ ଏହା ବିନା ଯନ୍ତ୍ରଣାରେ ପ୍ରାଣ ନେବାରେ ସଫଳ ହୋଇଥାଏ ।

ଏହି ମେସିନ ମଧ୍ୟରେ ଅକ୍ସିଜେନ୍ ସ୍ତର କମ ରହୁଥିବାରୁ ହାଇପୋକ୍ସିଆ ବା ହାଇପୋ କାପିନାରେ ଜଣଙ୍କ ମୃତ୍ୟୁ ହୋଇଥାଏ । ଅମ୍ଲଜାନ ଅଭାବରୁ ମାତ୍ର ୧ ମିନିଟ ମଧ୍ୟରେ ପ୍ରାଣହାନି ଘଟିଥାଏ । ଏପରିକି ଏହି ମେସିନକୁ ଭିତରୁ ବସି ମଧ୍ୟ ଅପରେଟ କରି ହେବ । ଯାତାୟତ କରିପାରୁନଥିବା ତଥା କଥାବାର୍ତ୍ତା କରିପାରୁନଥିବା ଲୋକଙ୍କ ପାଇଁ ଏହି ଯନ୍ତ୍ରଟି ବେଶ ଲାଭଦାୟକ ହେବ । ଏହି ମେସିନର ଉଦ୍ଭାବକ ଡ ଫିଲିପ୍ ନିଟଶକେଙ୍କୁ ଡକ୍ଟର ଡେଥ ନାମରେ ନାମିତ କରାଯାଇଛି । ବିଗତ ବର୍ଷରେ ୧୩୦୦ ଲୋକ ଏହି ମେସିନର ବ୍ୟବହାରରେ ପ୍ରାଣ ତ୍ୟାଗ କରିଛନ୍ତି । କଫିନ ଆକାରର ଏକ କ୍ୟାପସୁଲ ଏହି ମେସିନ ସହିତ ସଂଲଗ୍ନ ରହିଥାଏ । ପ୍ରାଣତ୍ୟାଗ ପରେ ଏହି ମେସିନଟିକୁ କଫିନ ଭଳି ବ୍ୟବହାର କରାଯାଏ । ତେବେ ଡକ୍ଟର ଡେଥଙ୍କ ଏହି ଆବିଷ୍କାରକୁ କିଛି ଲୋକ ସମାଲୋଚନା ମଧ୍ୟ କରିଛନ୍ତି । ଏହି ମେସିନ ଲୋକଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉଛି ବୋଲି କିଛି ଲୋକ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.