fbpx

ପାଇକ ବିଦ୍ରୋହ ନେଇ ବିଧାନସଭାରେ ସଂକଳ୍ପ ପାରିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଇକ ବିଦ୍ରୋହ ପ୍ରସଙ୍ଗକୁ ନେଇ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି । ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ସଂକଳ୍ପ ପାରିତ ହୋଇଛି । ସଂକଳ୍ପ ଆଣିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ବିଧାନସଭାରେ ପାରିତ ସଂକଳ୍ପକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ । କେନ୍ଦ୍ର ସରକାରଙ୍କ ଅଗ୍ରାହ୍ୟ ପରେ ପୁନର୍ବାର ସଂକଳ୍ପ ଆଣିଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ସ୍ୱାଭାବିକ ହୋଇପାରୁନି ବିଧାନସଭା । ହୋହଲ୍ଲା ଯୋଗୁଁ କାଲି ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Get real time updates directly on you device, subscribe now.