fbpx

ଖାଦ୍ୟରେ ନିଶା ଔଷଧ ଦେଇ ଅସଦାଚରଣ କଲେ ଶିକ୍ଷକ: ଅଭିଯୋଗ ଆଣିଲେ ୧୭ ଛାତ୍ରୀ

ନୂଆଦିଲ୍ଲୀ: ଗୁରୁ-ଶିଷ୍ୟ ସମ୍ପର୍କ ଏହି ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ । ତେପ୍ରୋକ୍ଟିକାଲ ପରୀକ୍ଷା ବାହାନାରେ ଅସଦାଚରଣ କରି ଏହି ସମ୍ପର୍କରେ କଳଙ୍କ ଲଗାଇଛନ୍ତି ଶିକ୍ଷକ । ସିବିଏସଇ ପରୀକ୍ଷା ବାହାନାରେ ଛାତ୍ରୀ ମାନଙ୍କୁ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ରାତିରେ ରହିବାକୁ କୁହାଯାଇଥିଲା । ଖାଦ୍ୟରେ ନିଶା ଔଷଧ ପ୍ରଦାନ କରାଯିବା ସହିତ ଛାତ୍ରୀ ମାନଙ୍କ ସହିତ ଅସଦାଚରଣ କରାଯାଇଥିଲା । ଉତ୍ତରପ୍ରଦେଶର ମୁଜାଫରନଗରରେ ଏହି ଘଟଣା ଘଟିଛି ।

ଏହି ଘଟଣା ସମ୍ପର୍କରେ ନିଜ ମାତାପିତାଙ୍କୁ ନ ଜଣାଇବା ପାଇଁ ଛାତ୍ରୀ ମାନଙ୍କୁ ଧମକ ମଧ୍ୟ ଦିଆଯାଇଥିଲା । କାହାକୁ ଜଣାଇଲେ ସେମାନଙ୍କ ପରିବାର ଲୋକଙ୍କୁ ହତ୍ୟା କରାଯିବ ବୋଲି ଧମକ ମଧ୍ୟ ଦିଆଯାଇଥିଲା । ପୁରକାଜିରେ ଥିବା ଏକ ଘରୋଇ ସ୍କୁଲରେ ଏହି ଘଟଣା ଘଟିଛି । ସ୍କୁଲ ମାଲିକ ଏବଂ ଅନ୍ୟ ଜଣେ ଏହି ଘଟଣାରେ ସମ୍ପୃକ୍ତ ରହିଥିବା ବେଳେ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.