fbpx

ଶୀତରେ ଓଠ ଫାଟୁଥିଲେ… ଆପଣାନ୍ତୁ ଏହି ଘରୋଇ ଉପଚାର

ସାଧାରଣତଃ ଶୀତଦିନରେ ଓଠ ଫାଟିବା ସମସ୍ୟା ଦେଖା ଦେଇଥାଏ । ଓଠ ଫାଟିବା ଫଳରେ ଏହା ଓଠର ସୌନ୍ଦର୍ୟ୍ୟକୁ ନଷ୍ଟ କରେ । ଏହା ସହିତ ଯନ୍ତ୍ରଣା ମଧ୍ୟ ହୋଇଥାଏ । ତେଣୁ ଏହି ଦିନରେ ସଠିକ୍ ଭାବେ ଓଠର ଯତ୍ନ ନେବା ନେବା ଉଚିତ୍ । ତେବେ ଘରୋଇ ଉପଚାର ମାଧ୍ୟମରେ କିପରି ଓଠକୁ ଭଲ ରଖିବା ସହିତ ଗୋଲାପି କରିହେବ, ଆସନ୍ତୁ ସେ ବିଷୟରେ ଜାଣିବା ।

-ଶୀତଦିନରେ ଏକ ପାତ୍ରରେ ଅଳ୍ପ ଚିନି ନେଇ ସେଥିରେ ଲେମ୍ବୁ ରସ ଏବଂ ଅଲିଭ୍ ଅଏଲ ମିଶାଇ ,ତାକୁ ନେଇ ଓଠରେ ଲଗାଇ ୫ ରୁ ୧୦ ମିନିଟ ଯାଏ ମସାଜ୍ କରିବେ । ଏହା ଓଠ ଫଟା ସମସ୍ୟାକୁ କମ୍ କରିବା ସହିତ, ଓଠକୁ ଗୋଲାପି କରିବାରେ ସାହାଯ୍ୟ କରିଥାଏ ।

-ଗୋଲାପ ଜଳକୁ ନେଇ ଓଠରେ ଲଗାଇ କିଛି ସମୟ ରଖି, ତାପରେ ଥଣ୍ଡା ପାଣିରେ ଓଠକୁ ଧୋଇ ସଫା କରିବେ । ଏପରି କରିବା ଦ୍ବାରା, ଏହା ଓଠକୁ ଗୋଲାପି କରିବା ସହିତ ଫାଟିବାକୁ ଦେଇ ନଥାଏ ।

-ପ୍ରତିଦିନ ଓଠରେ ଆଲୋଭେରା ଜେଲ ଲଗାଇ ମସାଜ କରିବା ଫଳରେ, ଏହା ଓଠକୁ ଫାଟିବାକୁ ଦେଇ ନଥାଏ ।

-କାକୁଡି ରସ ସହିତ ଆଲୋଭେରା ଜେଲ ମିଶାଇ, ସେହି ମିଶ୍ରଣକୁ ଓଠରେ ଲଗାଇ ମସାଜ୍ କରିବେ । ଏପରି କରିବା ଦ୍ବାରା, ଏହା ଓଠରୁ କଳାପଣ ଦୂର କରିବା ସହିତ , ଓଠକୁ କମୋଳ, ମୁଲାୟମ କରିବାରେ ସାହାଯ୍ୟ କରେ ।

-ଓଠରେ ଭିଟାମିନ୍ ‘ଇ’ କ୍ୟାପସୁଲ ଲଗାଇ ଅଧା ଘଂଟା ପରେ ଟିସୁ ପେପରରେ ଓଠକୁ ପୋଛି ସଫା କରିବା ଦ୍ବାରା, ଓଠ ଧିରେଧିରେ ଗୋଲାପି ହୋଇଥାଏ । କିନ୍ତୁ ଏହା ଲଗାଇବା ସମୟରେ ମନେ ରଖିବା ଉଚିତ୍ ଯେ, ଏହା ଯେପରି ପାଟି ଭିତରକୁ ନଯାଏ ।

Get real time updates directly on you device, subscribe now.