fbpx

ଏଲପିଜି ସିଲିଣ୍ଡରର ଓଜନ କମାଇପାରନ୍ତି ସରକାର! କେନ୍ଦ୍ରମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: ରୋଷେଇ ଗ୍ୟାସର ଓଜନ ହ୍ରାସ କରିବାକୁ ଯାଉଛନ୍ତି ସରକାର । ଏଲପିଜି ସିଲିଣ୍ଡରର ଓଜନ ଅଧିକ ଥାଏ, ଫଳରେ ତାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା କଷ୍ଟକର ହୋଇଥାଏ । ଖାସ କରି ମହିଳାମାନେ ଗ୍ୟାସ୍ ସିଲିଣ୍ଡର ନେବାରେ ଅସୁବିଧାର ସାମ୍ନା କରନ୍ତି । କିନ୍ତୁ ସିଲିଣ୍ଡର ସିଲିଣ୍ଡରର ଓଜନ କମ୍ ହୋଇଥିଲେ ଲୋକମାନଙ୍କୁ ନେବା ଆଣିବାରେ ସହଜ ହେବ ।

ତେବେ ଲୋକଙ୍କ ସୁବିଧା ପାଇଁ ଗ୍ୟାସ୍ ସିଲିଣ୍ଡର ହାଲୁକା ହେବା ଆବଶ୍ୟକ । ଗ୍ୟାସ୍ ସିଲିଣ୍ଡରକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାରେ ସମସ୍ୟା ସୃଷ୍ଟି ହେଉଛି । ଖୁବଶୀଘ୍ର ମହିଳାଙ୍କ ସୁବିଧା ପାଇଁ ସରକାର ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ୍ ମଧ୍ୟ ହ୍ରାସ କରିପାରନ୍ତି ।

ଘରୋଇ ରୋଷେଇ ଗ୍ୟାସ୍ ଏଲପିଜି ସିଲିଣ୍ଡରର ଓଜନ ୧୪.୨ କିଲୋଗ୍ରାମ ହେବା କାରଣରୁ ଏହାକୁ ନେବା ଆଣିବାରେ ଅସୁବିଧା ହେଉଛି । ଏଥିରେ ମହିଳାଙ୍କୁ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏହାର ଓଜନ ହ୍ରାସ କରିବାକୁ ଯୋଜନା କରୁଛନ୍ତି । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ସୂଚନା ଦେଇଛନ୍ତି । ଏହାପୂର୍ବରୁ ଭାରୀ ସିଲିଣ୍ଡର ଯୋଗୁଁ ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଜଣେ ସଦସ୍ୟ ଉଲ୍ଲେଖ କରିଥିଲେ ।

Get real time updates directly on you device, subscribe now.