fbpx
BSKY
BJD SHG SKY
BJD YOUTH SKY

୨୨.୫୫ କୋଟି EPFO ଖାତାକୁ ଆସିଲା ଟଙ୍କା; ତୁରନ୍ତୁ କରନ୍ତୁ ଚେକ୍

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୨୨.୫୫ କୋଟି ଖାତାରେ ୮.୫୦ ପ୍ରିତଶତ ଦରରେ ସୁଧ ଜମା କରିସାରିଛି । ଇପିଏଫଓ ର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି । ତେବେ ଆପଣ ଜାଣିବାକୁ ଚାହୁଛନ୍ତି କି’ ଆପଣଙ୍କ ପିଏଫ୍ ଖାତାରେ ଟଙ୍କା ଆସିଛି କି ନାହିଁ? ଏହି ଉପାୟରେ ଜାଣିପାରିବେ ।

ଏସଏମଏସ ଜରିଆରେ ଜାଣିପାରିବେ- ଇପିଏଫଓ ରେ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରରୁ ୭୭୩୮୨୯୯୮୯୯ କୁ EPFO UAN LAN(ଭାଷା) ପଠାଇବାକୁ ହେବ । LAN  ସ୍ଥାନରେ ଭାଷା ଲେଖିବାକୁ ହେବ । ଇଂରାଜୀ ପାଇଁ ENG ହିନ୍ଦୀ ପାଇଁ HIN ଏବଂ ତାମିଲ  ପାଇଁ TAM ଲେଖିବାକୁ ହେବ । ହିନ୍ଦୀରେ ସୂଚନା ପାଇବା ପାଇଁ EPFOHO UAN HIN ଲେଖି ମେସେଜ କରିବାକୁ ହେବ ।

ଆପଣ ଚାହିଲେ ମିସଡ କଲ୍ ଦ୍ୱାରା ମଧ୍ୟ ନିଜ ଇପିଏଫ୍ ବାଲାନ୍ସ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ଆପଣଙ୍କ ରେଜିଷ୍ଟର୍ଡ ମୋବଇଲ ନମ୍ବରରୁ ୦୧୧-୨୨୯୦୧୪୦୬କୁ ମିସଡ୍ କଲ ଦେବାକୁ ହେବ ।

ଏହା ଛଡ଼ା ଇପିଏଫ ପାସବୁକ୍ ପୋର୍ଟାଲକୁ ଯାଇ ଏଠାରେ UAN ଏବଂ ପାସୱାର୍ଡ ମାଧ୍ୟମରେ ଲଗ ଇନ୍ କରିପାରିବେ । ଏଥିରେ Download/View Passbook ରେ କ୍ଲିକ୍ କରନ୍ତୁ ଏବଂ ପରେ ଆପଣଙ୍କ ପାସବୁକ୍ ଖୋଲିଯିବ ଯେଉଁଥିରେ ବାଲାନ୍ସ ମଧ୍ୟ ଦେଖିପାରିବେ ।

ସେହିଭଳି ସ୍ମାର୍ଟଫୋନରେ ଉମଙ୍ଗ ଆପ୍ ଦ୍ୱାରା ମଧ୍ୟ ବାଲାନ୍ସ ଜାଣିପାରିବେ । ଏଥିପାଇଁ ଉମଙ୍ଗ ଆପ୍ ରେ ଇପିଏଫଓ ଉପରେ କ୍ଲିକ୍ କରନ୍ତୁ । ଏଥିରେ Employee Centric Services ଉପରେ କ୍ଲିକ କରନ୍ତୁ ଏବଂ ଏହା ପରେ View Passbook ଉପରେ କ୍ଲିକ କରନ୍ତୁ UAN ଏବଂ ପାସୱାର୍ଡ ଦିଅନ୍ତୁ ଏହାପରେ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଆସିଥିବା ଓଟିପିକୁ ଦେଇ ଆପଣ ଆପଣଙ୍କ ଇପିଏଫ ବାଲାନ୍ସ ଜାଣିପାରିବେ ।

Get real time updates directly on you device, subscribe now.