fbpx
BJD SKY
BJD SKY

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେବ ବାୟୋପିକ୍, ଆସନ୍ତାବର୍ଷ ଖ୍ରୀଷ୍ଟମାସରେ ହେବ ରିଲିଜ୍

BJD

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀକୁ ନେଇ ଆସିବ ଏକ ବାୟୋପିକ୍ । ଆସନ୍ତା ବର୍ଷ ଖ୍ରୀଷ୍ଟମାସ ଅବସରରେ ବାଜପେୟୀଙ୍କ ୯୯ତମ ଜୟନ୍ତୀ ଅବସରରେ ତାହା ରିଲିଜ୍ ହେବ । ଫିଲ୍ମକୁ ବିନୋଦ ଭାନୁଶାଲୀ, ସନ୍ଦୀପ ସିଂହ, ସୌମ ଖାନ, ବିଶାଲ ଗୁରନାନୀ ଓ କମଲେଶ ଭାନୁଶାଲୀ ପ୍ରମୁଖ ପ୍ରଯୋଜନା କରୁଛନ୍ତି । ତେବେ ବର୍ତ୍ତମାନ ଫିଲ୍ମର ନିର୍ଦ୍ଦେଶକ ଓ ଆର୍ଟିଷ୍ଟଙ୍କ ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ ।

ତେବେ ପ୍ରଡ୍ୟୁସର ସନ୍ଦୀପ ଫିଲ୍ମର ପୋଷ୍ଟର ଶେୟାର କରିବା ସହ ଉକ୍ତ ବାୟୋପିକର ଘୋଷଣା କରିଛନ୍ତି । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ମଧ୍ୟ ପୋଷ୍ଟର ଶେୟାର କରି ଫିଲ୍ମର ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ଫିଲ୍ମରେ ଅଟଳଙ୍କ ପିଲାଦିନଠାରୁ ଆରମ୍ଭ କରି ରାଜନେତା ହେବା ପର୍ଯ୍ୟନ୍ତ ସମସ୍ତ କାହାଣୀ ସ୍ଥାନ ପାଇବ ।

ଫିଲ୍ମ ମାଧ୍ୟମରେ ଜନସାଧାରଣ ଅଟଳଙ୍କ ଜୀବନର ଅନେକ ଅଜଣା ରହସ୍ୟ ବିଷୟରେ ଜାଣିପାରିବେ । ସେ ଭାଜପାର ଜଣେ ବରିଷ୍ଠ ନେତା ଓ ଭାରତୀୟ ଜନ ସଂଘର ସଂସ୍ଥାପକ ଥିଲେ । ଏଥିସହିତ ସେ ଜଣେ ଜଣାଶୁଣା କବି ଓ ଲେଖକ ମଧ୍ୟ ଥିଲେ । ଦେଶ ପାଇଁ ବର୍ଷ ବର୍ଷ ଧରି ସେବା କରିବା ପରେ ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ୯୩ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା ଜଣାଇଥିଲେ ।

Get real time updates directly on you device, subscribe now.