fbpx

ଓଲଟିଲା ବସ୍, ୨୨ କଲେଜ ଛାତ୍ର ଆହତ

AAKASH

ଗ୍ୟାଙ୍ଗଟୋକ୍:  ସିକ୍କିମର ଗ୍ୟାଙ୍ଗଟୋକ୍ ନିକଟସ୍ଥ ରାଣୀପୁଲଠାରେ କଲେଜ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସ୍ ରେ ୨୨ ଜଣ କଲେଜ ଛାତ୍ରଛାତ୍ରୀ ରହିଥିଲେ । ତେବେ ସୌଭାଗ୍ୟବସତଃ କେହି ଛାତ୍ରଙ୍କର ମୃତ୍ୟୁ ହୋଇନଥିବାବେଳେ ଆହତଙ୍କୁ ଉଦ୍ଧାର କରାଯାଇଛି ।

ସୂଚନାଅନୂଯାୟୀ, ଝାଡ଼ଖଣ୍ଡ ରାଞ୍ଚିର ଜାଭିୟର କଲେଜର ଛାତ୍ରମାନେ ଏକ ଷ୍ଟଡି ଟୁରରେ ଗ୍ୟାଙ୍ଗଟୋକ୍ ଆସିଥିବାବେଳେ ଏହି ଦୁର୍ଘଟଣା ଘଟିଛି । ସେମାନେ କଲିକତା ସିଲିଗୁଡ଼ି ଦେଇ ରାଞ୍ଚି ଯାଉଥିବା ସମୟରେ ଏହି ରାଣିପୁଲର ୭ମ ମାଇଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଘଟଣାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ ସେ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଉଛି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପିଲାମାନଙ୍କୁ ଉଦ୍ଧାର କରିବାକୁ ଏୟାର ଲିଫ୍ଟର ବ୍ୟବସ୍ଥା କରାଯାଉଛି, କିନ୍ତୁ ପ୍ରତିକୂଳ ପାଗ ଯୋଗୁଁ ଏୟାର ଲିଫ୍ଟ ବାଧା ପ୍ରାପ୍ତ ହୋଇଛି ।

Get real time updates directly on you device, subscribe now.