fbpx
BSKY
BJD SHG SKY
BJD MC SKY

ବିଜେଡିରୁ ବହିଷ୍କୃତ ହେଲେ ବରିଷ୍ଠ ନେତା; ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା

ଭୁବନେଶ୍ୱର: ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ କ୍ଷମତାରେ ଥିବା ବିଜୁ ଜନତା ଦଳ ଏଥିପାଇଁ ନିଜର ସଂଗଠନ ସ୍ତରରେ କାର୍ଯ୍ୟ କରୁଛି। ଏହାରି ଭିତରେ ଖବର ଆସିଛି ଯେ, ଦଳ ପାଇଁ ଦିଗପହଣ୍ଡି ଅଞ୍ଚଳରୁ ଜଣେ କର୍ମୀଙ୍କୁ ଦଳରୁ ବହିସ୍କୃତ କରାଯାଇଛି।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାମ ପାଇଁ ଦଳରୁ ବହିଷ୍କୃତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏନେଇ ବିଜେଡି ସାଧାରଣ ସଂମ୍ପାଦକ ମାନସ ମଙ୍ଗରାଜଙ୍କ ସୂଚନା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ ବିପିନଙ୍କ ସମର୍ଥକ ମାନେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ।

Image

Get real time updates directly on you device, subscribe now.