fbpx

୩୦୦ ଟଙ୍କା ପାର୍ କଲା ପେଟ୍ରୋଲ-ଡିଜେଲ ଦର: ମହଙ୍ଗା ମାଡ଼ରେ ଗ୍ରାହକ ହନ୍ତସନ୍ତ

ନୂଆଦିଲ୍ଲୀ: ସାରା ଦେଶର ଗ୍ରାହକଙ୍କୁ ଏବେ ଘାରିଛି ମହଙ୍ଗା ମାଡ଼ର ଚିନ୍ତା । ବିଭିନ୍ନ ଜିନିଷ ଉପରେ ଦରଦାମ୍ ବୃଦ୍ଧି ହେବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହାମଧ୍ୟରେ ପୁଣିଥରେ ପେଟ୍ରୋଲ-ଡିଜେଲ ଦର ରେକର୍ଡ ବୃଦ୍ଧି କରିଛି । ଯାହା ଗାଡ଼ିଚାଳକଙ୍କ ପାଇଁ ଖୁବ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି । କାରଣ ବର୍ତ୍ତମାନ ପେଟ୍ରୋଲ-ଡିଜେଲ ଦର ଆକଶଛୁଆଁ ହୋଇଛି । ଲିଟର ପିଛା ୩୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ ଏବଂ ଡିଜେଲ ।

ସୂଚନା ଅନୁସାରେ, ପେଟ୍ରୋଲ ଦରରେ ୧୪.୯୧ ଟଙ୍କା ଏବଂ ଡିଜେଲ ଦରରେ ୧୮.୪୪ ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଯାହା ଫଳରେ ପେଟ୍ରୋଲ ରେଟ୍ ବର୍ତ୍ତମାନ ୩୦୫.୩୬ ଟଭ୍କାରେ ବିକ୍ରି ହୋଇଥିବା ବେଳେ ୩୧୧.୮୪ ଟଙ୍କାରେ ବିକ୍ରି ହେଉଛି ଡିଜେଲ । ତେବେ ଏହି ଦର ଭାରତରେ ଲାଗୁ ହୋଇନାହିଁ । ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ପେଟ୍ରୋଲ-ଡିଜେଲ ଦରରେ ଏହି ବୃଦ୍ଧି ରେକର୍ଡ କରାଯାଇଛି । ବିଳମ୍ବିତ ରାତିରେ ପାକିସ୍ତାନର ଅର୍ଥମନ୍ତ୍ରୀ ଏକ୍ସ ବା ଟ୍ୱିଟରରେ ଏ ନେଇ ସୂଚନା ଦେଇଛନ୍ତି । ଏହି ପୋଷ୍ଟରେ ସେ କହିଛନ୍ତି ଯେ, ପେଟ୍ରୋଲ ଦର ୩୦୫.୩୬ ଟଙ୍କା/ଲିଟର ଏବଂ ହାଇ ସ୍ପିଡ ଡିଜେଲ ୩୧୧.୮୪ ଟଙ୍କା/ଲିଟର ଭାବରେ ନୂଆ ଦର ଲାଗୁ କରାଯାଇଛି । ତେବେ କିରୋସିନ କିମ୍ବା ହାଲକା ଡିଜେଲ ତେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ତେବେ ପାକିସ୍ତାନରେ ଏବେ ମହଙ୍ଗାମାଡ଼ରେ ସାଧାରଣ ଲୋକ ଖୁବ ହନ୍ତସନ୍ତ ହେଉଛନ୍ତି । ଗତ ଅଗଷ୍ଟ ୧୫ ତାରିଖରେ ପେଟ୍ରୋଲ-ଡିଜେଲ ବୃଦ୍ଧି ପାଇଥିବା ବେଳେ ପୁଣିଥରେ ଆଜି ଏହି ଦର ବୃଦ୍ଧି କରାଯାଇଛି । ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ପାକିସ୍ତାନର ଟଙ୍କାର ମୂଲ୍ୟ ଲଗାତାର ଭାବରେ ହ୍ରାସ ପାଇବାରେ ଲାଗିଛି । ଆମେରିକୀୟ ଡଲାର ଅନୁସାରେ, ଗୁରୁବାର ପୁଣିଥରେ ୧.୦୯ ଟଙ୍କାର ହ୍ରାସ ରେକର୍ଡ ହୋଇଛି ।

Get real time updates directly on you device, subscribe now.