fbpx

ଦାୟିତ୍ୱ ନେଲେ ପ୍ରଥମ ସିଡିଏସ୍ ବିପିନ ରାୱତ

ନୂଆଦିଲ୍ଲୀ,୧ ।୧(ଓଡିଶା ଭାସ୍କର): ତିନି ସେନାର ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଲେ ବିପିନ ରାୱତ । ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ସେ ଦାୟିତ୍ୱ ଗ୍ରହଣ କଲେ । ବିପିନ ରାୱତଙ୍କୁ ତିନି ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଗଲା । ଦିୟିତ୍ୱ ଗ୍ରହଣ ପରେ ବିପିନ ରାୱତ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ସରକାର ୩ ବର୍ଷ ପାଇଁ କାମ କରିବାକୁ ସୁଯୋଗ ଦେଇଛନ୍ତି । ଟିମ୍ ୱର୍କକୁ ଏଥିରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ । ତିନି ସେନା ମଧ୍ୟରେ ତାଳମେଳ ରହିବ । ଆମ ରଣନୀତି ସମସ୍ତଙ୍କ ସାମ୍ନାରେ ରଖିହେବନି ।’

ସେହିପରି ୱାର ମେମୋରିଆଲରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜି ଦେଲେ ସେନାମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ । ନରୱାଣେଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ଦିୟିତ୍ୱ ଗ୍ରହଣ ପରେ ନରୱାଣେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଦେଶର ସୁରକ୍ଷା ନେଇ କୌଣସି ଆଞ୍ଚ ଆସିବାକୁ ଦେବି ନାହିଁ ।’

Get real time updates directly on you device, subscribe now.