fbpx

ନୌସେରାରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ସହିଦ

ଜମ୍ମୁ,୧ ।୧: ଜମ୍ମୁ-କାଶ୍ମୀର ରାଜୌରୀ ଜିଲ୍ଲାର ନୌସେରାରେ ଆଜି ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଭାରତୀୟ ସେନାର ଦୁଇ ଯବାନ ସହିଦ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସେଠାରେ ଗୁଳି ବିନିମୟ ଜାରି ରହିଛି । ପୁରା ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି ।

ତେବେ ଗୁଳିବିନିମୟ ହେଉଥିବା ସ୍ଥାନରେ ୩ ଆତଙ୍କବାଦୀ ଉପସ୍ଥିତ ଥିବା ଜଣାପଡିଛି । କିଛି ଦିନ ପୂର୍ବରୁ ଏଲଓସି ଜରିଆରେ ଆତଙ୍କବାଦୀମାନେ ସୀମା ମଧ୍ୟକୁ ଅନୁପ୍ରବେଶ କରିଥିଲେ । ଗତକାଲି ସ୍ଥାନୀୟ ଲୋକେ କେତେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ସେନା ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା ।

Get real time updates directly on you device, subscribe now.