fbpx
BJD SKY
BJD SKY

ବୀରମିତ୍ରପୁର ପୂର୍ବତନ ଆଇଆଇସି ଗିରଫ

BJD

ସୁନ୍ଦରଗଡ଼, ୧ା୭(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ସ୍ଥିତ ବୀରମିତ୍ରପୁରରେ ଏକ ନାବାଳିକାଙ୍କୁ ଦୁଷ୍କର୍ମ ଓ ବେଆଇନ ଗର୍ଭପାତ କରାଯାଇଥିବା ଘଟଣା ଘଟିଥିଲା । ଏହି ମାମଲାରେ ବୀରମିତ୍ରପୁର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଗିରଫ କରାଯାଇଛି । ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅନୁଗୁଳର ହଣ୍ଡପା ଅଞ୍ଚଳର ଏକ ଜଙ୍ଗଲରୁ ତାଙ୍କୁ ଗିରଫ କରାଯାଇଛି । ଆନନ୍ଦଙ୍କ ଗିରଫ ନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଆନନ୍ଦକୁ ବର୍ତ୍ତମାନ କୋର୍ଟ ଚାଲାଣ କରାଯାଉଥିବା ନେଇ ସୂଚନା ରହିଛି । ଜୁନ ୩୦ରେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ସକାଳେ ଆନନ୍ଦଙ୍କୁ ବହିଷ୍କାର କରିଥିଲେ ପୋଲିସ ମହାନିର୍ଦ୍ଦେଶକ । ଆନନ୍ଦଙ୍କ କାର୍ଯ୍ୟକଳାପ ଲଜ୍ଜାଜନକ ଥିବା ଡିଜିପି ଟ୍ୱିଟ ଯୋଗେ କହିଥିଲେ । ଏଥିସହିତ ପୀଡ଼ିତାଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ ସେ କରିଥିଲେ । ଏହି ମାମଲାରେ ପୂର୍ବରୁ ବୀରମିତ୍ରପୁର ଆଇଆଇସି ମଧ୍ୟ ନିଲମ୍ବିତ ହୋଇଥିଲେ ।

Get real time updates directly on you device, subscribe now.