fbpx
BSKY
BJD YOUTH SKY
BJD MS SKY

ବିରାଟଙ୍କୁ ବ୍ରେକ୍ ,ଷ୍ଟୋକ୍ସ ଲିଡିଂ କ୍ରିକେଟର ଇନ ଦ ୱାର୍ଲ୍ଡ

ଭୁବନେଶ୍ୱର,୧୦.୪(ଓଡ଼ିଶା ଭାସ୍କର):ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବିଗତ ୩ ବର୍ଷ ଧରି ଚାଲି ଆସୁଥିବା ଦବଦବାକୁ ଶେଷ କରିଛନ୍ତି ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ । ୱିସଡେନ କ୍ରିକେଟର ଅଫ ଦି ଇୟର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଷ୍ଟୋକ୍ସ ୨୦୧୯ ପାଇଁ ୱିସଡେନର ବିଶ୍ୱର ସର୍ବଶ୍ରେଷ୍ଠ କ୍ରିକେଟର(ୱିସଡେନ ଲିଡିଂ କ୍ରିକେଟର ଇନ ଦ ୱାର୍ଲ୍ଡ)ର ସମ୍ମାନ ହାସଲ କରିଛନ୍ତି । ୱିସଡେନ ୨୦୨୦ର ନିଜ ସଂସ୍କରଣରେ ୨୦୧୯ର ପ୍ରଦର୍ଶନ ପାଇଁ ଷ୍ଟୋକ୍ସଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲା, ଯାହା ପୂର୍ବରୁ କୋହଲି କ୍ରମାଗତ ତିନି ବର୍ଷ ଧରି ହାସଲ କରିଆସୁଥିଲେ । କିଙ୍ଗ କୋହଲିଙ୍କୁ ୱିସଡେନ ଦ୍ୱାରା ବର୍ଷର ଅଗ୍ରଣୀ କ୍ରିକେଟର ଭାବରେ ୨୦୧୬, ୨୦୭ ଏବଂ ୨୦୧୮ ରେ କ୍ରମାଗତ ତିନିଥର ମନୋନୀତ କରାଯାଇଛି । ୱିଜଡେନ୍ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଆଲିସ୍ ପେରିଙ୍କୁ ମଧ୍ୟ ବିଶ୍ୱର ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ମନୋନୀତ କରିଛି । ୱିସଡେନ କ୍ରିକେଟର ଅଫ୍ ଦି ଇୟର ଭାବରେ ନାମିତ ହେବାକୁ ଥିବା ପାଞ୍ଚ ଖେଳାଳିଙ୍କ ମଧ୍ୟରେ ପେରି ମଧ୍ୟ ଅଛନ୍ତି । ଏହି ତାଲିକାରେ ଅନ୍ତର୍ଭୁକ୍ତ ତିନି ଜଣ ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ମଧ୍ୟରୁ ସେ ଅନ୍ୟତମ । ଏହି ତାଲିକାରେ ଅଷ୍ଟ୍ରେଲୀୟ ପୁରୁଷ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଏବଂ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁସେନ୍ ଏବଂ ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଏବଂ ଦକ୍ଷିଣ ଆଫ୍ରିକାର ସାଇମନ୍ ହରମର୍ ପ୍ରମୁଖ ସ୍ଥାନ ପାଇଛନ୍ତି। ୱେଷ୍ଟଇଣ୍ଡିଜର ଆଣ୍ଡ୍ରେ ରସେଲ ଶ୍ରେଷ୍ଠ ଟି-୨୦ କ୍ରିକେଟର ଭାବରେ ମନୋନୀତ ହୋଇଛନ୍ତି ।

Get real time updates directly on you device, subscribe now.