fbpx

ରାଜୀବ ଶୁକ୍ଲାଙ୍କ ବଡ ବୟାନ୍: କହିଲେ- ୧୫ ଏପ୍ରିଲ ପରେ ବି ହେବନାହିଁ IPL !

ନୂଆଦିଲ୍ଲୀ,୧୦ ।୪: କରୋନା ଭାଇରସ୍ କାରଣରୁ ଇଣ୍ଡିଆନ୍ ପ୍ରିମିୟମ ଲିଗକୁ ପୂର୍ବରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି । ବର୍ତ୍ତମାନର ପରିସ୍ଥିତିକୁ ଦେଖି ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି ଯେ, ଏପ୍ରିଲ ୧୫ ପରେ ମଧ୍ୟ ଆଇପିଏଲ ଅନୁଷ୍ଠିତ ହେବ ନାହିଁ । ଲକ୍-ଡାଉନର ଅବଧିକୁ ବି ସରକାର ଖୁବଶୀଘ୍ର ବଢାଇପାରନ୍ତି । ଯଦି ଏପରି ହୁଏ, ତେବେ ଆଇପିଏଲ ଆୟୋଜନ କରିବା ସମ୍ଭବ ନୁହେଁ । ଏବେ ଆମର ପ୍ରାଥମିକତା ହେଉଛି ମହାମାରୀର ମୁକାବିଲା କରିବା ଓ ଲୋକଙ୍କୁ ବଞ୍ଚାଇବା । ସରକାରଙ୍କ ଉପରେ ନିର୍ଭର କରୁଛି କି , ସେ କଣ ନିଷ୍ପତ୍ତି ଗ୍ରହଣ କରିବେ ।’

ଅନ୍ୟପଟେ ଯଦି ମ୍ୟା୍ଚ ହୁଏ, ତେବେ ସେଥିରେ ବିଦେଶୀ ଖେଳାଳୀମାନେ ଅଂଶଗ୍ରହଣ କରିପାରିବେ ନାହିଁ । ପୂର୍ବରୁ ଆଇପିଏଲ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଥିଲା, କିନ୍ତୁ ୧୧ ମାର୍ଚ୍ଚରେ କେନ୍ଦ୍ର ସରକାର ସମସ୍ତ ଭିସାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ ।

Get real time updates directly on you device, subscribe now.