fbpx

କ୍ରାଇମବ୍ରାଞ୍ଚ ପକ୍ଷରୁ କରୋନା ନେଇ ଆଡ଼ଭାଇଜରି ଜାରି

ଭୁବନେଶ୍ୱର, ୧୦ା୪(ଓଡ଼ିଶା ଭାସ୍କର): କରୋନା ଭାଇରସ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଡ଼ଭାଇଜରି ଜାରି ହୋଇଛି । ସାଇବର ଠକେଇ ସମ୍ପର୍କିତ ୭ଟି ଆଡ଼ଭାଇଜରି ଜାରି କରାଯାଇଛି । ଫେକ୍ କାଗଜପତ୍ର ସୋସିଆଲ ମିଡ଼ିଆରେ ପୋଷ୍ଟ କରିହେବ ନାହିଁ । କରୋନା ସମ୍ପର୍କିତ ଫେକ୍ ୱେବସାଇଟ ମଧ୍ୟ କରିହେବ ନାହିଁ । କରୋନା ନେଇ ସ୍ପେଶାଲ ଅଫର କହି ଜିନିଷ ବିକ୍ରି କରିହେବ ନାହିଁ । ସାନିଟାଇଜର, ମାସ୍କର ଅନଲାଇନ ସପିଂ କରିପାରିବେ ନାହିଁ । କରୋନା ସମ୍ପର୍କିତ କୌଣସି ଫେକ୍ ଇ-ମେଲ୍ ପଠାଇପାରିବେ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୯୯କୁ ବୃଦ୍ଧି ପାଇଛି । ଏହାସହ ଆକ୍ରାନ୍ତ ସଂଖ୍ୟା ୬ହଜାର ଟପିଛି । ୬୪୧୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫୦୩ଜଣ ସୁସ୍ଥ ହୋଇଛନ୍ତି । ବତ୍ତର୍ମାନ ୫୭୦୯ କରୋନା ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ଘଣ୍ଟାରେ ୬୭୮ ନୂଆ ମାମଲା ଆସିଥିବା ବେଳେ ୩୩ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ରାଜ୍ୟରେ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ବର୍ତ୍ତମାନ ୪୮ଜଣ କରୋନା ଆକ୍ରାନ୍ତରେ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୫ଜଣ ଆକ୍ଟିଭ କେସ୍ ରହିଛି । ଏହାସହ ଜଣଙ୍କର ମୃତ୍ୟୁ ହେବା ସାଙ୍ଗକୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.