fbpx

କେଉଁ କାରଣରୁ ବନ୍ଦ ହୋଇଥିଲା ସୁପରିହିଟ୍ ଶୋ ‘ଶକ୍ତିମାନ’, ଜାଣନ୍ତୁ

ମୁମ୍ବାଇ,୧୦ ।୪: ଦୂରଦର୍ଶନରେ ପୁରୁଣା ସିରିଏଲଗୁଡିକ ପୁନର୍ବାର ପ୍ରସାରଣ କରିବା ଦ୍ୱାରା ତାହା ପୁରୁଣା ସ୍ମୃତିକୁ ପୁନର୍ଜୀବିତ କରୁଛି । ୮୦ ଓ ୯୦ ଦଶକରେ ସିରିଏଲକୁ ଆଜି ବି ଲୋକମାନେ ଭୁଲିନାହାନ୍ତି । ସେହିପରି ୯୦ ଦଶକର ସୁପରହିଟ୍ ‘ଶକ୍ତିମାନ’ ଲକ-ଡାଉନ ଦିନରେ ପୁଣି ଥରେ ପ୍ରସାରିତ ହୋଇଛି । କିନ୍ତୁ ଶକ୍ତିମାନ କାହିଁକି ହଠାତ୍ ବନ୍ଦ ହୋଇଥିଲା, ତାହା ସମସ୍ତେ ଜାଣିବାକୁ ଚାହାନ୍ତି । ଏହି ରହସ୍ୟର ଖୁଲାସା କରିଛନ୍ତି ଅଭିନେତା ମୁକେଶ ଖାନ୍ନା ।

ଶକ୍ତିମାନ ଶୋ’ର ଉଭୟ ଅଭିନେତା ଓ ନିର୍ମାତା ଥିବା ମୁକେଶ କହିଛନ୍ତି ଯେ, ‘ମୋତେ ହଠାତ୍ ରବିବାର ସ୍ଲଟ୍ ନେବା ପାଇଁ କୁହାଗଲା । ମୋତେ ସେ ବିଷୟରେ କେହି କହିନାହାନ୍ତି ବୋଲି ମୁଁ ଜବାବ ଦେଇଥିଲି । ସେହି ଦିନଠାରୁ ସମସ୍ୟା ଆରମ୍ଭ ହୋଇଥିଲା କାରଣ ଅଣ ପ୍ରାଇମ୍ ସ୍ଲଟ୍ ଫି ସେତେବେଳେ ୭.୫୦କୁ ବୃଦ୍ଧି ପାଇଥିଲା । ୧୦୪ ଏପିସୋଡ ପରେ ସେମାନେ ଏହାକୁ ୧୦.୦୫କୁ ବୃଦ୍ଧି କରିଥିଲେ । ପ୍ରଥମେ ମୁଁ ରାଜି ହୋଇ ସେମାନଙ୍କ ଫି ବଢାଇଲି, କିନ୍ତୁ ୩୫୦ ଏପିସୋଡ ପରେ ସେମାନେ ପୁନର୍ବାର ଫି ବୃଦ୍ଧି କରିବାକୁ ଦାବି କଲେ । ଫଳରେ ମୋତେ ବାଧ୍ୟ ହୋଇ ଶୋ ବନ୍ଦ କରିବାକୁ ପଡିଲା ବୋଲି ମୁକେଶ କହିଛନ୍ତି । ତେବେ ଏହି ଶୋ ୧୯୯୭ରେ ଆରମ୍ଭ ହୋଇ ୨୦୦୫ ପର୍ଯ୍ୟନ୍ତ ଚାଲିଥିଲା ।

Get real time updates directly on you device, subscribe now.