fbpx

ରିଙ୍ଗଟୋନରେ ଏପରି ନାଚୁଛି ପକ୍ଷୀ, ଦେଖନ୍ତୁ ମଜାଦାର ଭିଡିଓ

ଗୀତରେ ମଣିଷଙ୍କୁ ତ ଡ୍ୟାନ୍ସ କରୁଥିବାର ସମସ୍ତେ ଦେଖିଥିବେ। କିନ୍ତୁ ଜଣେ ପକ୍ଷୀକୁ ମୋବାଇଲ ରିଙ୍ଗଟୋନରେ ଭିନ୍ନ ଅନ୍ଦାଜରେ ଡ୍ୟାନ୍ସ କରିଥିବାର ଦେଖିଛନ୍ତି କି? ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି।

ଭିଡ଼ିଓରେ ବ୍ୟକ୍ତିଜଣକ ନିଜ ମୋବାଇଲରେ ଆଲାର୍ମ ବଜାଇବାରୁ ପକ୍ଷୀଟି ଡ୍ୟାନ୍ସ କରିବାରେ ଲାଗିପଡିଛି । ଲୋକମାନେ ଏହି ଭିଡିଓ ଦେଖିବା ପରେ ଅନେକ ପ୍ରକାରର କମେଣ୍ଟ ମଧ୍ୟ ଦେଉଛନ୍ତି । ଏହି ଭିଡିଓକୁ ଆମେରିକାର ପୂର୍ବତନ ବାସ୍କେଟବଲ ଖେଳାଳି ରେକ୍ସ ଚାପମ୍ୟାନ ଟ୍ୱିଟରରେ ସେୟାର କରିଛନ୍ତି। ରେକ୍ସ ଏହି ଭିଡିଓକୁ ୧୫ ଜୁଲାଇରେ ସେୟାର କରିଥିଲେ ।

Get real time updates directly on you device, subscribe now.