fbpx
BJD SKY
BJD SKY

କରୋନା ଆକ୍ରାନ୍ତଙ୍କୁ ଦିଆଗଲା ପ୍ରଥମ ପ୍ଲାଜ୍‌ମା ଥେରାପି

BJD

ଭୁବନେଶ୍ୱର, ୧୬/୭(ଓଡ଼ିଶା ଭାସ୍କର): କରୋନା ଆକ୍ରାନ୍ତଙ୍କୁ ଆଜି  ପ୍ରଥମ ପ୍ଲାଜ୍‌ମା ଥେରାପି ଦିଆଯାଇଥିବା ନେଇ ସୂଚନା ମିଳିଛି। ଅଶ୍ବିନୀ କୋଭିଡ ହସ୍ପିଟାଲରେ ୪୮ ବର୍ଷୀୟ ରୋଗୀଙ୍କୁ  ଏହି ଥେରାପି ଦିଆଯାଇଛି। ଗତକାଲି SCB ପ୍ଲାଜ୍‌ମା ବ୍ୟାଙ୍କରୁ ସଂଗୃହିତ ହୋଇଥିଲା ୮ ୟୁନିଟ୍‌ ପ୍ଲାଜ୍‌ମା।

ଉଲ୍ଲେଖ ଯୋଗ୍ୟ ଯେ ଗତକାଲି ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ଦେଶର ତୃତୀୟ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହୋଇଥିଲା ପ୍ଲାଜମା ଥେରାପି । ଏହାର  ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ରାଜ୍ୟର ୩ଟି ହସ୍ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା  । ଭୁବନେଶ୍ୱରର ସମ୍, କିମ୍ସ ଓ କଟକର ଅଶ୍ୱିନୀ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା । କଟକର ଏସସିବି ପ୍ଲାଜମା ଥେରାପିର ନୋଡ଼ାଲ ସେଣ୍ଟର ଭାବେ କାମ କରିବ ।

Get real time updates directly on you device, subscribe now.