fbpx

ଭୁବନେଶ୍ୱରରେ ବାର୍ଡ ଫ୍ଲୁ ! କାଲିଠାରୁ କୁୁକୁଡାମରା ଅଭିଯାନ ଆରମ୍ଭ

ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ପୁଣି ରାଜଧାନୀ ଭୁବନେଶ୍ୱରକୁ ଫେରିଛି ବାର୍ଡ ଫ୍ଲୁ । ଏନେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଓୟୁଏଟି ପକ୍ଷରୁ ସୂଚନା ଦିଆଯିବା ସହ ମହାବିଦ୍ୟାଳୟ ପରିସରରେ କୁକୁଡା ମରାଯାଇଛି । ଓୟୁଏଟି ପାଥୋଲୋଜି ବିଭାଗର ମୁଖ୍ୟ ସୁଶେନ ପଣ୍ଡା କହିଛନ୍ତି ଯେ, ‘ଗତକାଲିଠାରୁ କୁକୁଡାଙ୍କ ଅସ୍ୱାଭାବିକ ମୃତ୍ୟୁ ହେଉଥିଲା । କୁକୁଡାଙ୍କ ନମୁନା ସଂଗ୍ରହ କରାଯାଇ ଭୋପାଳ ପଠାଗଲା । ସେଠାରେ ରିପୋର୍ଟ ପଜିଟିଭ୍ ଆସିବାରୁ କୁକୁଡାଙ୍କୁ ମରାଗଲା ।’

ତେବେ ବାର୍ଡ ଫ୍ଲୁକୁ ନେଇ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ଅବଗତ କରାଯାଇଛି । ଆସନ୍ତାକାଲି ଠାରୁ ରାଜ୍ୟ ସରକାର କୁକୁଡାମରା ଅଭିଯାନ ଆରମ୍ଭ ହେବ ।

Get real time updates directly on you device, subscribe now.