fbpx
BJD SKY
BJD SKY

କରୋନା ଟିକା ନେଲେ ମିଳୁଛି ବିରିୟାନୀ ଓ ଗିଫ୍ଟ, ଜାଣନ୍ତୁ ଏମିତି ଏକ ଗାଁ ବିଷୟରେ…

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା ପାଇଁ ସବୁଠି ଚିନ୍ତା । ଦେଶର ପ୍ରାୟ ସମସ୍ତ ରାଜ୍ୟରେ ୧୮ବର୍ଷରୁ ଅଧିକ ବର୍ଗର ବୟସ୍କଙ୍କୁ ପର୍ଯ୍ୟାୟ କ୍ରମେ ଟିକାକରଣ କରାଯାଉଛି । ସେହିପରି ପିଲାଙ୍କ ପାଇଁ ଟିକା ଚିନ୍ତା କରୁଛନ୍ତି ସରକାର । କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି। ଭୟରେ ହେଉ ଅବା ସଚେତନତାର ଅଭାବରୁ ଟିକା ଦେବାକୁ ଭୟ କରୁଥିବାର ଉଦାହରଣ ରହିଛି । ଆଉ ଏଭଳି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ବିଭିନ୍ନ ଦେଶ ଓ ରାଜ୍ୟ ସରକାର ଆପଣାଉଛନ୍ତି ଭଳିକି ଭଳି ଅଭିନବ ଉପାୟ । ଏପରିକି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଏକ ବିଶେଷ ଘୋଷଣା କରିଛନ୍ତି । ଟିକା ଦେଲେ ମାଗଣାରେ ବିୟର୍ ମିଳିବ ବୋଲି ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି । ଠିକ୍ ସେହିପରି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ଆମ ଦେଶର କେତେକ ସ୍ଥାନରେ ଉପାୟ ଖୋଜିଛନ୍ତି ସରକାର । ଆଉ ଏହି କ୍ଷେତ୍ରରେ ଆଗରେ ଅଛି ତାମିଲନାଡୁ ।

ସୂଚନା ଅନୁସାରେ ଚେନ୍ନାଇର ଏକ ଅଞ୍ଚଳରେ ଲୋକେ ଟିକା ନେବା ପାଇଁ ଆଗ୍ରହ ଦେଖାଉନଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ଘୋଷଣା କରାଗଲା ଯେ ଟିକା ନେଲେ ଦିଆଯିବ ମାଗଣାରେ ବିରିୟାନୀ ଆଉ ତା ସହ ଅନେକ ପ୍ରକାର ଗିଫ୍ଟ ମଧ୍ୟ ପାଇବାର ସୁଯୋଗ ମିଳିବ । ବାସ୍ ତା’ପରେ ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଅଘୋଷିତ ପ୍ରତିଯୋଗିତା । ଆଉ ସମ୍ପୃକ୍ତ ଅଞ୍ଚଳରେ ବଢ଼ି ଯାଇଥିଲା ଟିକାକରଣର ହାର । ଆଉ ଏହି ଗାଁଟି ହେଉଛି ଚେନ୍ନାଇର କୋୱଲମ୍ । ବିଶେଷକରି ମତ୍ସ୍ୟଜୀବୀମାନେ ରହୁଥିବା ଏହି ବଡ଼ ଗାଁରେ ଜନସଂଖା ହେଉଛି ୧୪ ହଜାର ୩୦୦ ଏବଂ ସେ ମଧ୍ୟରେ ୬,୪୦୦ ଜଣ ହେଉଛନ୍ତି ୧୮ବର୍ଷ ବୟସରୁ ଅଧିକ ବର୍ଗର। ତେବେ ସେଠାରେ ୨ ମାସ ମଧ୍ୟରେ କେବଳ ୫୮ ଜଣଙ୍କ ଟିକାକରଣ କରାଯାଇ ପାରିଥିଲା । ଫଳରେ ଟିକାକରଣ ପାଇଁ ଦାୟିତ୍ୱରେ ରହିଥିବା ଏନଜିଓ କର୍ମକର୍ତ୍ତାଙ୍କ ଚିନ୍ତା ବଢ଼ି ଯାଇଥିଲା । ଏସଡିଏଫ୍ ପାଉଣ୍ଡେସନ୍ ନାମକ ଉକ୍ତ ଏନଜିଓର କର୍ମକର୍ତ୍ତାମାନେ ଏନେଇ ଗଭୀର ଚିନ୍ତା କରିଥିଲେ ଓ ଟିକାକରଣ ବୃଦ୍ଧି ପାଇଁ ଅଭିନବ ଯୋଜନା ପ୍ରସ୍ତୁତି କରିଥିଲେ ।

ଟିକା ନେଲେ ଲୋକଙ୍କୁ ମାଗଣାରେ ବିରିୟାନୀ ମିଳିବ ବୋଲି ଘୋଷଣା କରାଯାଇଥିଲା । ଖାଲି ସେତିକି ନୁହେଁ, ଏଥିସହ ଲକିଡ୍ର ଜରିଆରେ ବିଭିନ୍ନ ଆକର୍ଷଣୀୟ ଗିଫ୍ଟ ମିଳିବାର ବ୍ୟବସ୍ଥା ମଧ୍ୟ କରାଗଲା । ବାସ୍ ତାପରେ ଧୀରେ ଧୀରେ ଲୋକେ ଟିକା ନେବା ପାଇଁ ଆଗେଇ ଆସିଥିଲେ । ଯୋଜନା କାର୍ଯ୍ୟକାରୀ ହୋଇଥିବା ନେଇ ସମ୍ପୃକ୍ତ ସଂସ୍ଥାର କର୍ମକର୍ତ୍ତାମାନେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.