fbpx
BJD SKY
BJD SKY

ଏଣିକି ଟିକା ନେବାକୁ କେହି ହେବେନି କୁନ୍ଥକୁନ୍ଥ! ଆମେରିକା ରାଷ୍ଟ୍ରପତିଙ୍କ ଅଭିନବ ଘୋଷଣା… ଜାଣନ୍ତୁ କଣ କହିଲେ ଜୋ ବାଇଡେନ

BJD

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି । ଏବେବି ପ୍ରତିଦିନ ହଜାର ହଜାର ଲୋକ ଲୋକ ପ୍ରାଣ ହରାଉଛନ୍ତି । ଲକ୍ଷ ଲକ୍ଷ କୋଭିଡରେ ସଂକ୍ରମିତ ହେଉଛନ୍ତି । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ଦେଶ ଟିକାକରଣ ପ୍ରତି ଗୁରୁତ୍ୱ ଦେଉଛନ୍ତି । ତେବେ ସବୁ ଦେଶରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଭ୍ୟାକ୍ସିନ ନେବାକୁ ପଛାଉଛନ୍ତି । ଏଇମିତି ପରିସ୍ଥିତି ଆମେରିକାରେ ବି ଦେଖିବାକୁ ମିଳିଛି । ତେବେ ଲୋକଙ୍କୁ ଟିକାକରଣ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ହ୍ୱାଇଟ ହାଉସ ତରଫରୁ କୁହାଯାଇଛି ଯେ ଯେଉଁମାନେ ଟିକା ନେବେ ସେମାନଙ୍କୁ ମାଗଣା ବିୟର ଦିଆଯିବ । ଏଭଳି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ତେବେ ଏହି ଘୋଷଣା ପରେ ସମଗ୍ର ବିଶ୍ୱରେ ଖୁବ୍ ଚର୍ଚ୍ଚା ଚାଲିଛି ।

ରାଷ୍ଟ୍ରପତି ଜୋ ବାଇଡେନ ଦେଶରେ ‘ମନ୍ଥ ଅଫ ଆକ୍ସନ’ ଲାଗୁ କରିଛନ୍ତି । ଏହାର ଲକ୍ଷ୍ୟ ରହିଛି ଜୁଲାଇ ସୁଦ୍ଧା ଅଧିକରୁ ଅଧିକ ନାଗରିକଙ୍କୁ ଟିକା ଦିଆଯିବ । ବାଇଡେନଙ୍କର ଯୋଜନା ରହିଛି ସ୍ୱତନ୍ତ୍ରତା ଦିବସ ପୂର୍ବରୁ ୭୦ ପ୍ରତିଶତ ଲୋକଙ୍କୁ ଟିକାର ଗୋଟିଏ ଡୋଜ ବି ଦିଆଯାଉ । ଏପର୍ଯ୍ୟନ୍ତ ଆମେରିକାରେ ୬୨.୮ ପ୍ରତିଶତ ବୟସ୍କ ଲୋକଙ୍କୁ ଟିକାର ଗୋଟିଏ ଡୋଜ ଦିଆଯାଇସାରିଛି । ଏହା ସହ ଦେଶରେ ୧୩.୩୬ କୋଟି ଲୋକଙ୍କୁ ଟିକାର ଦ୍ୱିତୀୟ ଡୋଜ ଦିଆଯାଇସାରିଛି ।

ଆମେରିକାରେ ଏବେ ଟିକାକରଣ ମାନ୍ଦା ପଡିଛି । ଏହା ପୂର୍ବରୁ ଯେତେବେଳେ ଲଟେରୀ ବ୍ୟବସ୍ଥା ଭଳି ମାଗଣା ଉପହାର ବ୍ୟବସ୍ଥା ହୋଇଥିଲା ସେତେବେଳେ ପ୍ରତିଦିନ ପ୍ରାୟ ୮ ଲକ୍ଷ ଲୋକ ଟିକା ନେଉଥିଲେ ଯାହା ଏବେ ୬ ଲକ୍ଷକୁ ଖସିଆସିଛି । Anheuser-busch କମ୍ପାନୀ ଘୋଷଣା କରିଛି ବାଇଡେନଙ୍କ ୭୦% ଲୋକଙ୍କୁ ଟିକା ଦେବା ଲକ୍ଷ୍ୟ ପୂରଣ ହେଲେ କମ୍ପାନୀ ୨୧ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ବିୟର ଦେବ ।

Get real time updates directly on you device, subscribe now.