fbpx
BSKY SKY
BSKY SKY

ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଉଛନ୍ତି ଅମ୍ରିତ ପ୍ରଧାନ, ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରୀନ କରିଡରରେ ପହଞ୍ଚିଲେ ବିମାନ ବନ୍ଦରରେ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମିତ ହୋଇ ଗୁରୁତର ହୋଇଥିବା ଅମ୍ରିତ୍ ପ୍ରଧାନଙ୍କୁ ଆଜି ଚେନ୍ନାଇକୁ ଏୟାରଲିଫ୍ଟ କରାଯାଉଛି । ବର୍ତ୍ତମାନ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ବିମାନ ବନ୍ଦରକୁ ନିଆଯାଇଛି । ସେଠାରୁ ଏୟାରଲିଫ୍ଟ ଯୋଗେ ଚିକିତ୍ସା ପାଇଁ ଚେନ୍ନାଇକୁ ନିଆଯିବ । କୋଭିଡ୍ ରେ ସଂକ୍ରମିତ ହେବାପରେ ତାଙ୍କର ଫୁସଫୁସ୍ କିଛିକାଂଶରେ ନଷ୍ଟ ହୋଇଯାଇଛି । ଏହାସହ ସେ ନିମୋନିଆ ଏବଂ ସେପ୍ଟିସେମିଆରେ ପୀଡିତ ମଧ୍ୟ ଅଛନ୍ତି । ତେବେ ତାଙ୍କୁ ଆଜି ବିମାନ ବନ୍ଦରରେ ପହଞ୍ଚାଇବା ପାଇଁ ଗ୍ରୀନ କରିଡର୍ ହୋଇଥିଲା । ଯେତେ ଶୀଘ୍ର ଅମ୍ରିତ୍ ଙ୍କୁ ବିମାନ ବନ୍ଦରରେ ପହଞ୍ଚାଇବାକୁ ଆମ୍ବୁଲାନ୍ସ କର୍ମଚାରୀ ମାନେ ପ୍ରୟାସ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ମାସ ୨ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଏଥିପାଇଁ ସେ ୧୨ ତାରିଖରୁ ଏମସ୍ ରେ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କ ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଡ଼ାକ୍ତରୀ ଦଳ ସ୍ଥାନାନ୍ତରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଅମ୍ରିତଙ୍କୁ ସ୍ଥାନାନ୍ତର କରିବା ପାଇଁ ଚେନ୍ନାଇ ଆପୋଲରୁ ୬ ଜଣିଆ ଡାକ୍ତରୀ ଦଳ ଆସିଛନ୍ତି । ଚେନ୍ନାଇ ନେବା ପରେ ପ୍ରଥମେ ଇକ୍ମୋ ଚିକିତ୍ସା ଚାଲିବ । ଆବଶ୍ୟକ ପଡ଼ିଲେ ଫୁସଫୁସ୍ ପ୍ରତିରୋପଣ ବି କରାଯାଇପାରେ ବୋଲି କୁହାଯାଇଛି ।

Get real time updates directly on you device, subscribe now.