fbpx

ପ୍ରାକୃତିକ ସୂର୍ଯ୍ୟକୁ ବି ମାତ୍ ଦେଲା ଚାଇନାର କୃତ୍ରିମ ସୂର୍ଯ୍ୟ, ୧୦୦ ସେକେଣ୍ଡରେ ଦେଉଛି ୧୨୦ ମିଲିୟନ୍ ଡିଗ୍ରୀ ସେଲସିୟସ୍ ତାପମାତ୍ରା

ନୂଆଦିଲ୍ଲୀ: ଚାଇନାର କୃତ୍ରିମ ସୂର୍ଯ୍ୟ ଏବେ ରେକର୍ଡ ସୃଷ୍ଟି କରିଛି । ଏହି କୃତ୍ରିମ ସୂର୍ଯ୍ୟ ଏବେ ଅସଲି ସୂର୍ଯ୍ୟକୁ ବି ମାତ୍ ଦେଇ ୧୦ ଗୁଣ ଅଧିକ ଶକ୍ତିଶାଳୀ ହୋଇଯାଇଛି । ଏହା ଏକଦମ୍ ଅସଲି ସୂର୍ଯ୍ୟ ପରି ଆଲୋକ ଦେବା ସହିତ ଉର୍ଜା ବି ପ୍ରଦାନ କରିବି । ତେବେ ଏହା ଏବେ ୧୦୦ ସେକେଣ୍ଡରେ ୧୨୦ ମିଲିୟନ୍ ଡିଗ୍ରୀ ସେଲସିୟସ୍ ର ତାପମାତ୍ରା ଉତ୍ପନ୍ନ କରି ବିଶ୍ୱ ରେକର୍ଡ ସୃଷ୍ଟି କରି ଚର୍ଚ୍ଚାରେ ରହିଛି ।

ଚାଇନାର ବେଜ୍ଞାନିକମାନେ କହିଛନ୍ତି ଯେ, ଏହା ପ୍ରାକୃତିକ ସୂର୍ଯ୍ୟଠାରୁ ବି ଅଧିକ ଉର୍ଜା ବାହାର କରିପାରୁଛି । ୧୦ ସେକେଣ୍ଡରେ ଏହି କୃତ୍ରିମ ସୂର୍ଯ୍ୟ ୧୬ କୋଟି ଡିଗ୍ରୀ ସେଲସିୟସ୍ ର ତାପମାତ୍ରା ପର୍ଯ୍ୟନ୍ତ ପହଞ୍ଚୁଛି । ଅର୍ଥାତ୍ ଏହା ୧୦ ସେକେଣ୍ଡରେ ପ୍ରାକୃତିକ ସୂର୍ଯ୍ୟର ତାପମାତ୍ରାଠାରୁ ୧୦ ଗୁଣ ଅଧିକ ଗରମ ହୋଇଛି । ସେହିପରି ୧୦୦ ସେକେଣ୍ଡରେ ୧୨୦ ମିଲିୟନ୍ ଡିଗ୍ରୀ ସେଲସିୟସ୍ ର ତାପମାତ୍ରା ଉତ୍ପନ୍ନ କରିବାରେ ସଫଳ ହୋଇଛି ।

ଶେନ୍ଜେନ୍ର ସାଉଥ୍ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ପଦାର୍ଥ ବିଜ୍ଞାନ ବିଭାଗର ନିର୍ଦ୍ଦେଶକ ଲି ମିଆଓଙ୍କ ଅନୁଯାୟୀ, ପରବର୍ତ୍ତୀ ଲକ୍ଷ୍ୟ ଏକ ସପ୍ତାହ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଏହି ତାପମାତ୍ରା ବଜାୟ ରଖିବା । ସେ ଚୀନ୍ର ଅଫିସିଆଲ୍ ଖବରକାଗଜ ଗ୍ଲୋବାଲ ଟାଇମ୍ସକୁ କହିଛନ୍ତି ଯେ, ଏହା ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା । ତାପମାତ୍ରାକୁ ଦୀର୍ଘ ସମୟ ପର୍ୟ୍ୟନ୍ତ ସ୍ଥିର ରଖିବା ପରବର୍ତ୍ତୀ ଲକ୍ଷ୍ୟ । ବର୍ତ୍ତମାନ ଏହି ଦିଗରେ କାର୍ୟ୍ୟ କରାଯିବ।

ଚାଇନାର ସର୍ବବୃହତ ତଥା ଉନ୍ନତ ପରମାଣୁ ଫ୍ୟୁଜନ୍ ପରୀକ୍ଷାମୂଳକ ଅନୁସନ୍ଧାନ ଉପକରଣ ଗରମ ପ୍ଲାଜମାକୁ ଫ୍ୟୁଜ୍ କରିବା ପାଇଁ ଏକ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ଉପଯୋଗ କରିଥାଏ । ପ୍ରାୟ ଅସୀମ ପରିମାଣର ସ୍ୱଚ୍ଛ ଶକ୍ତି ଯୋଗାଇବା ପାଇଁ ଏହା ସୂର୍ୟ୍ୟ ଏବଂ ତାରାଗୁଡ଼ିକରେ ପ୍ରାକୃତିକ ଭାବରେ ଘଟୁଥିବା ଆଣବିକ ଫ୍ୟୁଜନ୍ ପ୍ରକ୍ରିୟାକୁ ନକଲ କରିବାକୁ ଡିଜାଇନ୍ କରାଯାଇଛି । ଚାଇନାର ପୂର୍ବ ଅନହୁଇ ପ୍ରଦେଶରେ ଅବସ୍ଥିତ ଏହି ରିଆକ୍ଟର, ଅତ୍ୟଧିକ ଉତ୍ତାପ ଏବଂ ଶକ୍ତି ହେତୁ ଏହାକୁ ‘କୃତ୍ରିମ ସୂର୍ୟ୍ୟ’ କୁହାଯାଏ । ଗତ ବର୍ଷ ଶେଷ ସପ୍ତାହ ଆଡକୁ ଏହା ପ୍ରସ୍ତୁତ କରାଯାଇଥିଲା ।

 

ସତ୍ତାରୁଢ଼ କମ୍ୟୁନିଷ୍ଟ ପାର୍ଟିର ମୁଖପାତ୍ର ପିପୁଲ୍ସ ଡେଲୀ କହିଛନ୍ତି ଯେ, ପରମାଣୁ ଫ୍ୟୁଜନ୍ ଉର୍ଜାର ବିକାଶ କେବଳ ଚାଇନାର ରଣନୀତିକ ଉର୍ଜାର ଆବଶ୍ୟକତାକୁ ପୂରଣ କରିବନି ବରଂ ରାଷ୍ଟ୍ରୀୟ ଅର୍ଥବ୍ୟବସ୍ଥାର ମଧ୍ୟ ବିକାଶ କରିବାରେ ମଧ୍ୟ ମହତ୍ତ୍ୱ ରଖିବ । ତେବେ ଖାଲି ଚାଇନା ନୁହେଁ ବରଂ ଫ୍ରାନ୍ସରେ ମଧ୍ୟ ଦୁନିଆର ସବୁଠାରୁ ପରମାଣୁ ଫ୍ୟୁଜନ୍ ଅନୁସନ୍ଧାନର ପରିଯୋଜନା ଜାରି ରହିଛି । ଯାହା ୨୦୨୫ରେ ପୂରା ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.