fbpx

ରଜରେ ଓଡ଼ିଶା ଛୁଇଁବ ମୌସୁମୀ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେବେ ଆସିବ ମୌସୁମୀ? କେବେ ଛୁଇଁବ ଓଡ଼ିଶା? କେବେ ଦେବ ଶୀତଳ ଛୁଆଁ? ଏମିତି ଅନେକ କଳ୍ପନାଜଳ୍ପନା ଜାରି ରହିଛି । ତେବେ ମୌସୁମୀ ଆସିବାରେ ବିଳମ୍ବ ଘଟିଛି । କେରଳକୁ ୨-୩ ଦିନ ବିଳମ୍ବରେ ଛୁଇଁଛି । ସେହି ଅନୁସାରେ ଓଡ଼ିଶାରେ ପହଞ୍ଚିବା ମଧ୍ୟ ବିଳମ୍ବ ହେବ । ତେବେ ଏହି ଜୁନ୍ ମାସରେ ହିଁ ଓଡ଼ିଶାକୁ ଆସିବ ମୌସୁମୀ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ବିଶେଷକରି ରଜ ବେଳକୁ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି କୁହାଯାଉଛି ।

ସୂଚନା ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ଓଡ଼ିଶା ପହଞ୍ôଚଥାଏ ମୌସୁମୀ । କିନ୍ତୁ ଚଳିତ ବର୍ଷ ବିଳମ୍ବ ଘଟିଥିବାରୁ ଓଡ଼ିଶାକୁ ୧୪-୧୫ ତାରିଖ ବେଳକୁ ମୌସୁମୀ ସ୍ପର୍ଶ ମିଳିବାର ସମ୍ଭାବନା ରହିଛି । ଏମିତିରେ ପହିଲି ରଜ ଆସନ୍ତା ୧୪ ତାରିଖରେ ଆରମ୍ଭ ହେଉଛି ।

ଅନ୍ୟପକ୍ଷରେ ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେଉଥିବାରୁ ଏହା ମୌସୁମୀକୁ ସକ୍ରିୟ ହେବାରେ ସହାୟକ ହେବ ବୋଲି କୁହାଯାଉଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଉତ୍ତର-ପୂର୍ବ ଓ ଉତ୍ତର ଭାରତକୁ ବାଦ୍ ଦେଲେ ଦେଶର ଅନ୍ୟସ୍ଥାନରେ ସ୍ୱାଭାବିକ ବର୍ଷା ହେବ ।

Get real time updates directly on you device, subscribe now.