fbpx

‘ଆପଣଙ୍କ ଭୋଟ, ଆପଣଙ୍କ ସ୍ୱର, ରେକର୍ଡ ସଂଖ୍ୟାରେ ଭୋଟ ଦିଅନ୍ତୁ’, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଲୋକଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂକୁ ନେଇ କହିଛନ୍ତି ଯେ, ଲୋକେ ରେକର୍ଡ ସଂଖ୍ୟାରେ ମତଦାନ କରନ୍ତୁ । ଏଥିରେ ଆମର ଗଣତନ୍ତ୍ର ମଜବୁତ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ଲୋକସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ଭୋଟରମାନଙ୍କୁ ମୋର ବିନମ୍ର ଅନୁରୋଧ ଯେ, ରେକର୍ଡ ସଂଖ୍ୟାରେ ମତଦାନ କରନ୍ତୁ । ଯେତେ ଅଧିକ ମତଦାନ କରିବ ସେତେ ଅଧିକ ଆମର ଗଣତନ୍ତ୍ର ମଜବୁତ ହେବ । ନିଜ ଯୁବ ଭୋଟର୍ସଙ୍କ ସହ ଦେଶର ନାରୀଶକ୍ତିରେ ମୋର ଏହି ବିଶେଷ ଅନୁରୋଧ ଯେ, ଭୋଟ ଦେବା ଲାଗି ଆଗେଇ ଆସନ୍ତୁ । ଅପଣଙ୍କ ଭୋଟ ଆପଣଙ୍କ ସ୍ୱର ।

ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୨୬ ଏପ୍ରିଲରେ ୧୩ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ୮୮ଟି ଆସନ ପାଇଁ ନିର୍ବାଚନ ହେଉଛି । ଏହାକୁ ନେଇ ଶୁକ୍ରବାର ସକାଳେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି ।

Get real time updates directly on you device, subscribe now.