fbpx

Big Breaking; ଆଜି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୧୨୦୨ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଆଜି ଦେଶରେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟଗ୍ରହଣ କରାଯିବ । ଦେଶର ମୋଟ ୮୮ଟି ଲୋକସଭା ଆସନରେ ମତଦାନ ହେବାକୁ ଥିବା ବେଳେ ୧୨୦୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବ ଆଜିର ମତଦାନ । ଏହି ତାଲିକାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାକ୍ଧୀଙ୍କ ସହ ଓମ୍ ବିର୍ଲା, ଶଶି ଥରୁରଏବଂ ରାଜୀବ ଚନ୍ଦ୍ରଶେଖର ମଧ୍ୟ ସରମିଲ ରହିଛନ୍ତି । ଅନ୍ୟ ପକ୍ଷରେ ସିନେ ଅଭିନେତ୍ରୀ ହେମା ମାଲିନୀ ଏବଂ ଅରୁଣ ଗୋଭିଲଙ୍କ ପାଇଁ ମଧ୍ୟ ଆଜି ମତଦାନ କରିବେ ଭୋଟର ।

ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ୟ୍ୟାୟରେ ଆଜି ୧୩ ଟି ରାଜ୍ୟର ୮୮ ଟି ଆସନରେ ଅର୍ଥାତ ଭୋଟଗ୍ରହଣ କରାଯାଉଛି। ଏହି ପର୍ୟ୍ୟାୟରେ କେରଳର ୱାୟନାଡ ଲୋକସଭା ଆସନ ମଧ୍ୟ ରହିଛି । ଏହି ଆସନରୁ କ୍ରମାଗତ ଦ୍ୱିତୀୟ ଥର ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହାବ୍ୟତୀତ କେରଳର ୨୦ଟି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩ ଆସନରେ ମତଦାନ କରାଯିବ । ସେହିପରି ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶର ୮ ଟି ଆସନରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ମଧ୍ୟପ୍ରଦେଶର ୬, ଆସାମ ଏବଂ ବିହାରରେ ୫ଟି ଲେଖାଏଁ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହାସହିତ ଛତିଶଗଡ ଏବଂ ପଶ୍ଚିମବଙ୍ଗର ୩ଟି ଲେଖାଏଁ ଆସନରେ ପ୍ରାର୍ଥିଙ୍କ ଭାଗ୍ୟ ପରୀକ୍ଷା ହେଉଥିବା ବେଳେ ମଣିପୁର, ତ୍ରିପୁରା ଏବଂ ଜାମ୍ମୁ କାଶ୍ମୀରର ଗୋଟିଏ ଲେଖାଏଁ ଆସନ ପାଇଁ ମତଦାନ କରିବେ ଭୋଟର ।

ଦ୍ୱିତୀୟ ପର୍ୟ୍ୟାୟରେ ୮୯ ଟି ଆସନରେ ଭୋଟିଂ ଅନୁଷ୍ଠିତ ହେବାକୁ ଥିବା ବେଳେ, କିନ୍ତୁ ମଧ୍ୟପ୍ରଦେଶର ବେତୁଲ ଆସନରେ ବହୁଜନ ସମାଜ ପାର୍ଟିର ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଏବେ ତୃତୀୟ ପର୍ୟ୍ୟାୟରେ ଭୋଟିଂ ଅନୁଷ୍ଠିତ ହେବ । ନିର୍ବାଚନ ଆୟୋଗ କହିଛନ୍ତି ଯେ, ଏହି ପର୍ୟ୍ୟାୟରେ ୧.୬୭ ଲକ୍ଷ ମତଦାନ କେନ୍ଦ୍ରରେ ୧୬ ଲକ୍ଷରୁ ଅଧିକ ମତଦାନ ଅଧିକାରୀ ନିୟୋଜିତ ହୋଇଛନ୍ତି।

Get real time updates directly on you device, subscribe now.