fbpx

ସାରା ରାଜ୍ୟରେ ତାତିର ତାଉ ଅଗ୍ନିବର୍ଷା, ୫ ଦିନ ଯାଏ ମିଳିବନି ନିସ୍ତାର

ଭୁବନେଶ୍ୱର: ନୂଆ ରେକର୍ଡ ସୃଷ୍ଟି କଲାଣି ଏପ୍ରିଲ ମାସ । ଲଗାତାର ୧୨ ଦିନ ଧରି ଜାରି ରହିଛି ଗ୍ରୀଷ୍ମପ୍ରବାହ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସ୍ଥିତି ଅସମ୍ଭାଳ ହେବ । ଆକାଶରୁ ବର୍ଷିବ ନିଆଁ । ୨ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର । ୪୫ରୁ ୪୮ ଡିଗ୍ରୀ ଛୁଇଁବ ତାପମାତ୍ରା । ଦିନ ୧୧ଟାଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆୱାର ଘୋଷଣା । ଶିଶୁ, ବୟସ୍କ, ରୋଗୀ ଓ ଗର୍ଭବତୀଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ । ସାରା ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଜାରି ରହିଥିବାବେଳେ ମେ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଶୁକ୍ରବାର ସିଭିୟରରୁ ସିଭିୟର ହିଟ୍ୱେଭ ପାଇଁ ୯ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବିଶେଷକରି ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ସତର୍କ କରି ଦିଆଯାଇଛି । ସେହିପରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ୧୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

୨୭ ତାରିଖରେ ମଧ୍ୟ ରାଜ୍ୟରେ ଅସହ୍ୟ ସ୍ଥିତି ଦେଖାଦେବ । ଏଥିପାଇଁ ହୋଇଛି । ସେହିପରି ୨୮ ଓ ୨୯ ତାରିଖରେ ମଧ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ । ଏଥିପାଇଁ ୩୦ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ତେବେ ୩୦ ତାରିଖରେ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ହେଲେ ବି ଗ୍ରୀଷ୍ମପ୍ରବାହ ଜାରି ରହିବ ।

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ମେ ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଆଉ ଏକ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିବ । ବିଶେଷକରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୪୨ରୁ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି । ତେବେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ ଏଭଳି ଗ୍ରୀଷ୍ମପ୍ରବାହ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ । ଉତ୍ତର-ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗରୁ ଯେଉଁ ସାମୁଦ୍ରିକ ପବନ ଆସୁଛି ତାହା ବାଷ୍ପୀକରଣ କରୁଛି । ଫଳରେ ଅଧିକାଂଶ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଗତ ୧୧ ମାସ ଧରି ପାକିସ୍ତାନ ଓ ଆଫଗାନିସ୍ତାନରେ ଗୋଟେ ପରେ ସିଷ୍ଟମ ଫର୍ମ ହେଉଥିବାବେଳେ ସେଠି ବନ୍ୟା ପରିସ୍ଥିତି ଉପୁଜିଛି ।

ଓଡ଼ିଶାରେ କିନ୍ତୁ ଗ୍ରୀଷ୍ମପ୍ରବାହ ସ୍ଥିତି ଦେଖା ଦେଇଥିବା ବିଶେଷଜ୍ଞମାନେ କହିଛନ୍ତି । ଗୁରୁବାର ରାଜ୍ୟର ୩୩ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଛି । ସେହିପରି ୨୨ ସହରରେ ୪୨ ଡିଗ୍ରୀରୁ ଅଧିକ ଥିବା ସୂଚନା ଦିଆଯାଇଛି । ଝାରସୁଗୁଡ଼ା ୩୩.୮ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବିବେଚିତ ହୋଇଛି । ବାରିପଦାରେ ଦିନର ତାପମାତ୍ରା ୪୩.୬ ଡିଗ୍ରୀ ଥିବାବେଳେ ନୂଆପଡ଼ାରେ ୪୩.୫, ତାଳଚେରରେ ୪୩.୪, ବୌଦ୍ଧରେ ୪୩.୨, କେନ୍ଦ୍ରାପଡ଼ା, କଟକ ଓ ବଲାଙ୍ଗୀରରେ ୪୩, ଅନୁଗୋଳରେ ୪୨.୯, ଭଦ୍ରକରେ ୪୨.୮, ଢେଙ୍କାନାଳରେ ୪୨.୭ ଓ ମାଲକାନଗିରିରେ ୪୨.୬, ଟିଟିଲାଗଡ଼, ଯାଜପୁର ଓ ସମ୍ବଲପୁରେ ୪୨.୫, ଓ ହୀରାକୁଦରେ ୪୨.୪, ଭୁବନେଶ୍ୱର, ନୟାଗଡ଼ରେ ୪୨.୨, ସୁନ୍ଦରଗଡ଼, ଜଗତସିଂହପୁରରେ ୪୨, ଚାନ୍ଦବାଲି ଓ କେନ୍ଦୁଝରରେ ୪୧.୮, ଖୋର୍ଦ୍ଧାରେ ୪୧.୫, ରାଉରକେଲାରେ ୪୧.୪, ବାଲେଶ୍ୱରରେ ୪୧.୧, ସୋନପୁରରେ ୪୧ ଡିଗ୍ରୀ ରେକର୍ଡ ହୋଇଛି ।

Get real time updates directly on you device, subscribe now.