fbpx

ପିଲାର ମସ୍ତିଷ୍କ ଉପରେ ପଡିବ ଖରାପ ପ୍ରଭାବ, ଯଦି ଗର୍ଭାବସ୍ଥାରେ ମହିଳା କରିବେ ମଦ୍ୟପାନ !

ସମୟ ବଦଳିବା ସହ ଆମ ଜୀବନଶୈଳୀ ମଧ୍ୟ ବଦଳୁଛି । ସହରର ଚାକଚାକ୍ୟରେ ରହି ଲୋକମାନେ ନିଜ ପରମ୍ପରା ଓ ସଂସ୍କୃତିକୁ ଭୁଲି ଯାଉଛନ୍ତି । ସମୟ ଥିଲା ମଦ୍ୟପାନ କେବଳ ପୁରୁଷ ମାନେ କରୁଥିଲେ କିନ୍ତୁ ଏବେ ମଦ୍ୟପାନ ଅଧିକାଂଶ ମହିଳା ମାନେ କରୁଥିବା ଦେଖିବାକୁ ମିଳିଛି । ତେବେ ମହିଳା ମାନେ ଗର୍ଭବତୀ ଥିବା ସମୟରେ ମଦ୍ୟ ପାନ କରିବା ହାନିକାରକ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି । ଏହା କେବଳ ମା ଉପରେ ପ୍ରଭାବ ପକାଇ ନଥାଏ ବରଂ ହେବାକୁ ଯାଉଥିବା ସନ୍ତାନ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ । ବିଶେଷ କରି ପିଲାର ମସ୍ତିଷ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ ।

ୟୁନିଭରସିଟି ଅଫ୍ ବାୟୋମେଡିକାଲ ଇମୋଜିଂ ଡିପାର୍ଟମେଣ୍ଟ ରେଡିଓଲୋଜୀର ଆସୋସିଏଟ ପ୍ରଫେସର ଓ ଏହି ଅଧ୍ୟୟନର ଲେଖକ ଗ୍ରେଗର କ୍ରେସ୍ପିୟନ କହିଛନ୍ତି କି “ଗର୍ଭାବସ୍ଥାରେ ମଦ ପିଇଲେ ଗର୍ଭସ୍ଥ ଶିଶୁର ମାନସିକ ବିକାଶରେ ବାଧା ଦେଖାଦିଏ” । ଏହି ଅଧ୍ୟୟନ ପାଇଁ ସେମାନେ ଭୃଣ ଏମଆରଆଇର ସହାୟତା ନେଇଥିଲେ । ଏହା ମାଧ୍ୟମରେ ପିଲା ଜନ୍ମହେବା ପୂର୍ବରୁ ତାର ମସ୍ତିସ୍କର ପରିପକ୍ୱତା ଠିକ୍‌ ଭାବେ ହୋଇନଥାଏ ।

ତେବେ ଗର୍ଭାବସ୍ଥାରେ ମଦ୍ୟପାନ କଲେ ଭୃଣ ଉପରେ ବିଭିନ୍ନ ପ୍ରକାର କୁପ୍ରଭାବ ପଡିଥାଏ । ଏହାକୁ ଫଟିଲ ଆଲକହଲ ସ୍ପେକ୍ଟ୍ରମ ଡିସଅର୍ଡର କୁହାଯାଇଥାଏ । ପିଲାଟି ଜନ୍ମ ହେବା ପରେ ତାର ମାନସିକ ବିକାଶ ହେଇନଥାଏ । କଥା କହିବା ଠାରୁ ଆରମ୍ଭ କରି ଚାଲିବା ପର୍ଯ୍ୟନ୍ତ ଶିଶୁଟିର ବିକାଶ ଘଟିନଥାଏ ବୋଲି ଅନୁଧ୍ୟାନ କରାଯାଇଛି ।

ଏହି ଅଧ୍ୟୟନ ପାଇଁ ବୈଜ୍ଞାନିକମାନେ ୨୪ଟି ଭୃଣର ଏମଆରଆଇ ଯାଂଚ ଉପରେ ବିଶ୍ଳେଷଣ କରିଥିଲେ । ଏଥିରେ ସ୍ପଷ୍ଟ ହୋଇଥିଲା ମଦ୍ୟପାନ କରୁଥିବା ମା ଠାରୁ ଅଣାଯାଇଥିବା ଭୃଣର ମାନସିକ ବିକାଶ ଠିକ୍ ଭାବେ ହୋଇପାରି ନାହିଁ ।

Get real time updates directly on you device, subscribe now.