fbpx
BJD
BJD SKY
BJD SKY

ଦିନରେ କେତେ ମିନିଟ୍ ଛିଡ଼ା ରହିବା ଉଚିତ ? ସ୍ୱାସ୍ଥ୍ୟ ଉପରେ ଏହା କିପରି ପ୍ରଭାବ ପକାଇଥାଏ ?

ଓଡ଼ିଶା ଭାସ୍କର: ଆପଣ ଡେସ୍କ ଜବ୍ କରୁଛନ୍ତି କି ? ତେବେ ଏହି ଖବର ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । କମ୍ପ୍ୟୁଟର କିମ୍ବା ଲାପଟପ୍ ସାମ୍ନାରେ ୮ ଘଣ୍ଟା ବସିବା କଷ୍ଟକର ହୋଇଥାଏ । ଅଧିକ ସମୟ ଗୋଟିଏ ମୁଦ୍ରାରେ ବସିବା ଯୋଗୁଁ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ଅଣ୍ଟା ଦରଜ, ମାଂସପେଶି ସଂକୋଚନ ସହ ଆଖି ଉପରେ ପ୍ରଭାବ ପକାଇଥାଏ । ତେଣୁ ମଝିରେ ମଝିରେ ଛୋଟ ବ୍ରେକ୍ ନେବା ଉଚିତ । ଆପଣ ଚାହିଁଲେ କିଛି ଶାରୀରିକ କାର୍ଯ୍ୟକଳାପ ମଧ୍ୟ କରିବପାରିବେ । ଏହା ମେଦବହୁଳତା, ଡାଇବେଟିସ୍‌, ହୃଦରୋଗର ଆଶଙ୍କାକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଚାଲିବା ଦ୍ୱାରା ରକ୍ତସଞ୍ଚାଳନ ଉତ୍ତମ ରହିଥାଏ । ଏହା ବ୍ୟତୀତ ଶରୀରରେ ଥିବା ଅତ୍ୟାଧିକ କ୍ୟାଲୋରି କ୍ଷୟ ହୋଇଥାଏ । ତେବେ ମନରେ ଏକ ପ୍ରଶ୍ନ ଆସେ ଯେ ଦିନରେ କେତେ ଘଣ୍ଟା ଛିଡ଼ା ହେବା ଉଚିତ ? ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ ସ୍ୱିନବର୍ଣ୍ଣ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ଦ୍ୱାରା ପାଖାପାଖି ୨ ହଜାର ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ଗବେଷଣା କରାଯାଇଥିଲା । ଏହି ଗବେଷଣାର ପରିଣାମରୁ ଜଣାପଡ଼ିଛି ଯେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟକ୍ତିକୁ ଦୈନିକ ୮ଘଣ୍ଟାର ନିଦ୍ରା ଆବଶ୍ୟକ । ସେହିପରି ଦିନରେ ୬ ଘଣ୍ଟା ବସିବା ସହ ୫ ଘଣ୍ଟା ଛିଡ଼ା ହେବା ଉଚିତ । ଏହା ବ୍ୟତୀତ ୪ ଘଣ୍ଟାର ହାଲୁକା ଏବଂ ମଧ୍ୟମ ଧରଣର ଶାରୀରିକ କାର୍ଯ୍ୟକଳାପ(ସାଇକେଲ ଚଲାଇବା, ଜଗିଙ୍ଗ୍‌, ଡେଇଁବା ଏବଂ ଏରୋବିକ୍ସ) କରିବା ଉଚିତ । ଦିନକୁ କେତେ ଘଣ୍ଟା ଛିଡ଼ା ହେବା ଉଚିତ ଏହା ବ୍ୟକ୍ତିର ବୟସ, ଫିଟନେସ୍ ସ୍ତର, ବୃତ୍ତି ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ନିର୍ଭର କରିଥାଏ । ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କୁ ପ୍ରତି ଘଣ୍ଟା ୩ରୁ ୫ ମିନିଟ ଛିଡ଼ା ହେବା ଉଚିତ କିମ୍ବା କିଛି ମିନିଟ ଚାଲିବା ଦ୍ୱାରା ସ୍ୱାସ୍ଥ୍ୟ ଠିକ୍ ରହିଥାଏ ।

Get real time updates directly on you device, subscribe now.