fbpx
BSKY SKY
BSKY SKY

ମେ’ ମାସ ୭ରେ ଦେଶର ୧୨ଟି ରାଜ୍ୟର ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ: ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

BSKY

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଅନେକ ନେତା ଦଳ ଛାଡ଼ି ଅନ୍ୟ ଅନ୍ୟ ଦଳରେ ସାମିଲ ହୋଇଥିବାର ଦେଖାଯାଇଛି ।

ତେବେ ଗଣତନ୍ତ୍ରର ମହାପର୍ବର ପ୍ରକ୍ରିୟା କ୍ରମେ ଆସନ୍ତା ୭ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ଏପରି ସ୍ଥିତିରେ ଦେଶର ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ । ତେଣୁ ବ୍ୟାଙ୍କ ସହ ଜଡ଼ିତ ଯଦି କିଛି କାର୍ଯ୍ୟ ଆପଣଙ୍କର ପେଣ୍ଡିଂ ରହିଛି ତେବେ ଏହି ଲିଷ୍ଟକୁ ଦେଖି ଆପଣମାନେ ସେନେଇ ସମ୍ପୂର୍ଣ୍ଣ ତଥ୍ୟ ପାଇ ପାରିବେ । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପୂର୍ବରୁ ଛୁଟି ଦିବସ ଘୋଷଣା କରିସାରିଛି । ତୃତୀୟ ପର୍ଯ୍ୟାୟ ମତଦାନ ଅବସରରେ ଅହମଦାବାଦ, ଭୋପାଳ, ପାଣାଜୀ ଓ ରାୟପୁରରେ ବ୍ୟାଙ୍କ ବନ୍ଦ ରହିବ ।

ସାଧାରଣ ଭାବେ ମେ ୧ ତାରିଖ ମେ ଦିବସ ପାଇଁ ଛୁଟି ରହିଥିଲା । ସେହିପରି ମେ ୧୧ ମାସର ଦ୍ୱିତୀୟ ଶନିବାର ପାଇଁ, ମେ ୨୩ ବୁଦ୍ଧ ପୂର୍ଣ୍ଣିମା ପାଇଁ, ମେ ୨୫ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ । ମତଦାନ ପାଇଁ ଦେଶର ପାଖାପାଖି ୧୧ଟି ରାଜ୍ୟର ବିଭିନ୍ନ ସହରରେ ବ୍ୟାଙ୍କ ବନ୍ଦ ରହିବ । ଏହା ପୂର୍ବର ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଓ ଏପ୍ରିଲ ୨୬ରେ ଦ୍ୱିତୀୟଚ ପର୍ଯ୍ୟାୟ ମତଦାନ ପାଇଁ ବ୍ୟାଙ୍କ ବନ୍ଦ ରହିଥିଲା । ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୫ଟି ଆସନରେ ମତଦାନ କରାଯିବ ।

Get real time updates directly on you device, subscribe now.