fbpx

Big Breaking: ବାଇକରେ ଯାଉଥିଲେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜଣଙ୍କ ପ୍ରାଣ

ସୁନ୍ଦରଗଡ଼: ସକାଳୁ ସକାଳୁ ସୁନ୍ଦରଗଡ଼ରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୩ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଉତ୍ତେଜନା ସୃଷ୍ଟି କରିଛନ୍ତି । ଘଟଣାସ୍ଥଳରେ ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଜନତା ।

ସୂଚନାନୁଯାୟୀ, ସୁନ୍ଦରଗଡ଼ର ଦର୍ଲିପାଲ ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକରେ ୩ଜଣ ଯାଉଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା । ଫଳରେ ୩ଜଣଙ୍କର ମୃତ୍ୟୁ ଘଟିଛି । ଏନଟିପିସ ପାୱାର ପ୍ଲାଣ୍ଟ କଲୋନୀ ସାମ୍ନାରେ ଏହି ଦୁର୍ଘଟଣାଟି ଘଟିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ତିନିଜଣ ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି ।

Get real time updates directly on you device, subscribe now.