fbpx

ଜଣେ ମହିଳା ଓ ୧ ବର୍ଷର ଶିଶୁକୁ ବୀଭତ୍ସ ହତ୍ୟା, ଦେଢଶୁର ମାରିଥିବା ଅଭିଯୋଗ

କୁଚିଣ୍ଡା: ଦଲକିବାହାଲ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିବା ଖବର ସାମ୍ନାକୁ ଆସିଛି । ଏଥିରେ ଜଣେ ମହିଳା ଓ ୧ ବର୍ଷର ଶିଶୁକୁ ହତ୍ୟା କରାଯାଇଛି । ମହିଳାଙ୍କ ଦେଢଶୁର ମାଆ-ଶିଶୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏମାନଙ୍କୁ କୁରାଢିରେ ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି । ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ହତ୍ୟାକରି ଅଭିଯୁକ୍ତ ଫେରାର ରହିଛି । ଗିବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଞ୍ଚଳରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଗୋବିନ୍ଦପୁର ପୋଲିସ ପହଁଚି ଛାନଭିନ ଆରମ୍ଭ କରିଛି । ଫେରାର ଥିବା ଅଭିଯୁକ୍ତଙ୍କୁ ଖୋଜାଖୋଜି ଚାଲିଛି ।

 

Get real time updates directly on you device, subscribe now.