fbpx

ଗୌତମ ଗମ୍ଭୀର ଫାଉଣ୍ଡେସନକୁ ଦୋଷୀ କହିଲା ଡ୍ରଗ କଣ୍ଟ୍ରୋଲର

ନୂଆଦିଲ୍ଲୀ: କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀର ଏବଂ ଆମ ଆଦମୀ ପାର୍ଟୀର ବିଧାୟକ କରୋନା ଔଷଧକୁ ଅବୈଧ ଭାବରେ କରୋନା ଔଷଧକୁ ମହଜୁଦ କରି ରଖିବା ଘଟଣାରେ ଦୋଷୀ ହୋଇଛି । ଗୌତମ ଗମ୍ଭୀରଙ୍କ ସଂସ୍ଥା ଗୌତମ ଗମ୍ଭୀର ଫାଉଣ୍ଡେସନ କୋଭିଡ-୧୯ ରୋଗୀଙ୍କୁ ଅନଧିକୃତ ଭାବରେ ଫେବିଫ୍ଲୁ ଔଷଧ ଦେବା ଏବଂ ଔଷଧ ଜମା କରିବା ରଖିବାରେ ଦୋଷୀ ବୋଲି ଦିଲ୍ଲୀ ହାଇକୋର୍ଟରେ କହିଛି ଡ୍ରଗ କଣ୍ଟ୍ରୋଲର ।

ଡ୍ରଗ କଣ୍ଟ୍ରୋଲରଙ୍କ ତରଫରୁ ଅଦାଲତରେ ଓକିଲ ନନ୍ଦିତା ରାଓ କହିଛନ୍ତି କ୍ରିକେଟରଙ୍କ ଫାଉଣ୍ଡସେନ ଡ୍ରଗ୍ସ ଏବଂ କସ୍ମେଟିକ୍ସ ଆକ୍ଟ ଅନୁଯାୟୀ ଅପରାଧ କରିଛନ୍ତି । ସେ କହିଛନ୍ତି ଫାଉଣ୍ଡେସନ ଅବୈଧ ଭାବରେ ଔଷଧ ଜମା କରିଥିବାରୁ ଦୋଷୀ । ଏହି ଆକ୍ଟ ଅନୁଯାୟୀ ଆମ ଆଦମୀ ପାର୍ଟୀ ର ବିଧାୟକ ପ୍ରବୀଣ କୁମାର ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ହାଇକୋର୍ଟ ୨୯ ଜୁଲାଇରେ ଏହି ମାମଲାର ଶୁଣାଣି କରିବେ । କୋର୍ଟ ଡ୍ରଗ କଣ୍ଟ୍ରୋଲରକୁ ଡ୍ରଗ୍ସ ଏବଂ କସ୍ମେଟିକ୍ସ ଆକ୍ଟର ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଇଛନ୍ତି । ଏହା ସହ କୋର୍ଟ ଏହି ମାମଲାର ରିପୋର୍ଟ ଦାଖଲ କରିବାକୁ ମଧ୍ୟ କହିଛନ୍ତି ।

Get real time updates directly on you device, subscribe now.