fbpx
BJD
BJD SKY
BJD SKY

BIG BREAKING: ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ନୁଦେଓ ସାଏ

BJD

ଓଡିଶା ଭାସ୍କର: କିଏ ହେବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଏନେଇ ଯେଉଁ ସସପେନ୍ସ ରହିଥିଲା ଶେଷରେ ଏବେ ସେଥିରେ ପୂର୍ଣ୍ଣଛେଦ ପଡିଛି। ବିଷ୍ନୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ତେବେ ଅନେକ ପ୍ରାର୍ଥୀଙ୍କ ନାମ ଚର୍ଚ୍ଚାରେ ରହିଥିବା ବେଳେ ରାଜ୍ୟ ମୁଖିଆ ଭାବେ ବିଷ୍ନୁଦେଓ ସାଏଙ୍କ ନାମରେ ମୋହର ମାରିଛନ୍ତି ଦଳର ହାଇକମାଣ୍ଡ।

ସୂଚନା ଥାଉକି, ନିର୍ବାଚନ ଫଳାଫଳ ବାହାରିବାର ୮ ଦିନ ପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ବିଷ୍ଣୁଦେବଙ୍କ ନାମ ଘୋଷଣା କରିଛନ୍ତି। ବିଶେଷ ଭାବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଦୌଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ଆଦିବାସୀ ନେତ୍ରୀ ରେଣୁକା ସିଂଙ୍କ ନାମ ଚର୍ଚ୍ଚା ହେଉଥିବା ବେଳେ ବିଷ୍ନୁଦେଓ ସାଏଙ୍କ ନାମ ଦଳ ପକ୍ଷରୁ ଘୋଷଣା କରାଯାଇଛି। ବିଜେପି ବିଧାୟକ ଦଳ ବୈଠକରେ ସର୍ବ ସମ୍ମତିକ୍ରମେ ବିଷ୍ଣୁଦେବଙ୍କ ନାମ ଉପରେ ସହମତି ପ୍ରକାଶ ପାଇଥିବା ଜଣାପଡିଛି।

ସୂଚନା ଯୋଗ୍ୟ, ଚଳିତ ନିର୍ବାଚନରେ ବିଷ୍ନୁଦେଓ ସାଏ କୁଙ୍କୁରୀ ସଂରକ୍ଷିତ ଆସନରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ। ଏହା ପୂର୍ବରୁ ସେ ଲୋକସଭାକୁ ୪ ଥର ମଧ୍ୟ ନିର୍ବାଚିତ ହୋଇଥିଲେ। ସେହିପରି ନରେନ୍ଦ୍ର ମୋଦୀଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ଇସ୍ପାତ ମନ୍ତ୍ରୀ ଭାବେ ମଧ୍ୟ କାର୍ୟ୍ୟ କରିଥିଲେ। ଅନ୍ୟପଟେ ସେ ୨୦୨୦ରୁ ୨୦୨୨ ପର୍ୟ୍ୟନ୍ତ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ତୁଲାଇଥିଲେ। ତେବେ ଜଣେ ଆଦିବାସୀ ତଥା ଅଭିଜ୍ଞ ରାଜନେତା ହୋଇଥିବାରୁ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିବା ନେଇ ଚର୍ଚ୍ଚା ହେଉଛି।

 

Get real time updates directly on you device, subscribe now.