fbpx
BJD SKY
BJD SKY

ଆସିଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଜାଣନ୍ତୁ, କାହାକୁ ମିଳିଲା ଟିକେଟ

BJD

ଓଡ଼ିଶା ଭାସ୍କର: ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପରେ ଚତୃର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜୁ ଜନତା ଦଳ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏନେଇ ଘୋଷଣା କରିଛନ୍ତି । ଏଥିରେ ୯ଟି ବିଧାନସଭା ଓ ବାକି ରହିଥିବା ଗୋଟିଏ ଲୋକସଭା ଆସନ(ବାଲେଶ୍ଵର) ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।

ବିଜେଡି ସୁପ୍ରିମୋଙ୍କ ସୂଚନା ଅନୁସାରେ, ନିକଟରେ ବିଜେପି ଛାଡି ବିଜେଡିରେ ମିଶିଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ବାଲେଶ୍ଵର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ସେହିପରି ସମ୍ବଲପୁର ବିଧାନସଭା ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି। ଅପରପକ୍ଷେ ମଧ୍ୟ-ଭୁବନେଶ୍ୱର ପାଇଁ ପୁଣି ଅନନ୍ତ ନାରାୟଣ ଜେନାଙ୍କୁ ରିପିଟ କରିଛି ବିଜେଡି। ତେବେ ରେଢ଼ାଖୋଲରୁ ରୋହିତ ପୂଜାରୀ, ତାଳଚେର ବ୍ରଜ ପ୍ରଧାନ, ପାରାଦୀପ ଗୀତାଞ୍ଜଳି ରାଉତରାୟ, ଲକ୍ଷ୍ମୀପୁର ପ୍ରଭୁ ଜାନି, ତେଲକୋଇ ମାଧବ ସର୍ଦ୍ଦାରଙ୍କୁ ପ୍ରାର୍ଥୀ କରିଛି ଦଳ। ସେପଟେ ନର୍ଲା ପାଇଁ ମନୋରମା ମହାନ୍ତି ଓ ବାଲିଗୁଡା ପାଇଁ ଚକ୍ରମଣି କହଁରଙ୍କୁ ପ୍ରାର୍ଥୀ କରିଛି ଦଳ ।

Get real time updates directly on you device, subscribe now.