fbpx

ଖୁବଶୀଘ୍ର ଆସିବ ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଏହିସବୁ ଆସନ ପାଇଁ ହେବ ପ୍ରାର୍ଥୀ ଚୟନ

ଭୁବନେଶ୍ୱର: କିଛି ସମୟ ଭିତରେ ବିଜୁ ଜନତା ଦଳ ନିଜର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ନିର୍ବାଚନ ପାଇଁ ବାକି ଥିବା ୧୨ଟି ଆସନରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବିଜେଡି । ଏଥିରେ ଖଣ୍ଡପଡ଼ା, ଖୋର୍ଦ୍ଧା, ବେଗୁନିଆ, କୋରେଇ ଭଳି ଅନେକ ବଡ଼ ବଡ଼ ନାଁ ସାମିଲ ରହିଛି । ତେବେ କେଉଁ ଦଳରୁ କେଉଁ ପ୍ରାର୍ଥୀ ଏଥର ନିର୍ବାଚନ ଲଢିବେ ସେ ନେଇ ଆଲୋଚନା ଚାଲିଥିବା ବେଳେ ବିଜେଡି ଘୋଷଣା କରିବ ।

ପୂର୍ବରୁ ୧୩୫ଟି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି । ତେଣୁ ଆଜି ବାକି ଥିବା ୧୨ଟି ଆସନ ପାଇଁ ପ୍ର।।ର୍ଥୀ ଘୋଷଣା କରିବ ବୋଲି ଅନୁମାନ କରାଯାଉଛି । ତେବେ ଏହି ତାଲିକାରେ ରଘୁନାଥପାଲୀ, ଖଣ୍ଡପଡ଼ା, ବେଗୁନିଆ, ଖୋର୍ଦ୍ଧା ଇତ୍ୟାଦି ଆସନରେ ପ୍ରାର୍ଥୀ ଚୟନ କରାଯିବ । ଏହାସହିତ ବାଲିକୁଦା-ଏରସମା, କାକଟପୁର, ହିନ୍ଦୋଳ ଏବଂ କୋରେଇ, ବରୀ, ଭୋଗରାଇ, ନୀଳଗିରି ଏବଂ ବାଙ୍ଗିରିପୋଷି ଆସନରେ ହେବାର ସମ୍ଭାବନା ରହିଛି ।

ଆଜି ନବୀନ ନିବାସରେ ପହଞ୍ଚିଛନ୍ତି ଯାଜପୁର କୋରେଇ ବିଧାୟକ ଅଶୋକ ଚନ୍ଦ୍ର ବଳ । ତାଙ୍କ ସହିତ ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ ମଧ୍ୟ ନବୀନ ନିବାସରେ ପହଞ୍ଚିଛନ୍ତି । ଉଭୟ ଆସନ ପାଇଁ ବର୍ତ୍ତମାନ ସୁଦ୍ଧା ବିଜେଡି ପ୍ରାର୍ତୀ ଘୋଷଣା କରି ନଥିବା ବେଳେ ଅଶୋକ-ରଘୁନନ୍ଦନଙ୍କ ସହ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଅନୁମାନ କରାଯାଉଛି, ଏଥର ଏହି ଦୁଇ ଆସନ ଉପରେ ବିଜେଡି କିଛି ବଡ଼ ଚାଲ୍ ଖେଳିପାରେ । ଉଭୟ ନେତାଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀରୁ ଟିକେଟ ହରାଇବାକୁ ପଡ଼ିପାରେ ବୋଲି ଏବେ ଆଶଙ୍କା ବୃଦ୍ଧି ପାଇଛି । କୋରେଇ ଏବଂ ବାଲିକୁଦାରେ ଏଥର ବିଜେଡି ନୂଆ ପ୍ରାର୍ଥୀ ଦେଇପାରେ ବୋଲି ଆଲୋଚନା ହେଉଛି ।

Get real time updates directly on you device, subscribe now.