fbpx

ଏତିକି ଟଙ୍କା ଶସ୍ତା ହୋଇଗଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଆପଣଙ୍କ ସହରରେ ୧୦ ଗ୍ରାମ ପିଛା କେତେ ଅଛି ରେଟ୍

ନୂଆଦିଲ୍ଲୀ: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି, କିନ୍ତୁ ଆଜି ଏଥିରେ କିଛି ମାତ୍ରାରେ ଆରାମ ମିଳିଛି । ଏମସିଏକ୍ସ ଅର୍ଥାତ୍ ଫ୍ୟୁଚର ବଜାରରେ ସୁନା ଆଜି ୧୦ ଗ୍ରାମ ପିଛା ୬୦୦ ଟଙ୍କା ଶସ୍ତା ହୋଇଛି ।

ଏଥି ସହିତ ରୂପା ମଧ୍ୟ କିଲୋଗ୍ରାମ ପିଛା ୧୨୦୦ ଟଙ୍କା ଶସ୍ତା ହୋଇଛି । ଏଭଳି ପରିସ୍ଥିତିରେ ଆଜି ଉଭୟ ସୁନା ଓ ରୂପା ମୂଲ୍ୟରେ ଏକ ଜବରଦସ୍ତ ହ୍ରାସ ଦେଖିବାକୁ ମିଳୁଛି ।

ଫ୍ୟୁଚର ବଜାରରେ ସୁନା ଏତେ ଶସ୍ତା ହୋଇଗଲା :-
ସପ୍ତାହର ପ୍ରଥମ ବାଣିଜ୍ୟ ଦିନରେ ଅର୍ଥାତ୍ ସୋମବାରରେ ସୁନା ମୂଲ୍ୟରେ ବହୁତ ହ୍ରାସ ଘଟିଛି । ବଜାରରେ ସୁନା ୬୧୪ ଟଙ୍କା ଶସ୍ତା ହୋଇ ୧୦ ଗ୍ରାମ ପିଛା ୭୨,୧୭୮ ଟଙ୍କାରେ ପହଞ୍ଚିଛି । ଶୁକ୍ରବାର ଦିନ୨୪ କ୍ୟାରେଟ୍ ସୁନା ବଜାରରେ ୧୦ ଗ୍ରାମ ପିଛା ୭୨,୭୯୨ ଟଙ୍କା ବନ୍ଦ ହୋଇଥିଲା ।

ରୂପା ୧୩୦୦ ଟଙ୍କା ଶସ୍ତା ହୋଇଗଲା :-

ଏମସିସଏକ୍ସରେ ସୁନା ବ୍ୟତୀତ ରୂପା ମୂଲ୍ୟରେ ମଧ୍ୟ ବହୁତ ହ୍ରାସ ଘଟିଛି । ବଜାରରେ ରୂପା ୧୨୦୭ ଟଙ୍କା ଶସ୍ତା ହୋଇ କିଲୋଗ୍ରାମ ପିଛା ୮୨,୩୦୦ ଟଙ୍କା ହୋଇଛି । ଶୁକ୍ରବାର ଦିନ ଏହା କିଲୋଗ୍ରାମ ପିଛା ୮୩,୫୦୭ ଟଙ୍କାରେ ବନ୍ଦ ହୋଇଥିଲା ।

ଦେଶର ବଡ ସହରରେ ସୁନା ଓ ରୂପା ମୂଲ୍ୟ କେତେ?

ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୩,୮୪୦ ଟଙ୍କା ଏବଂ ରୂପା କିଲୋଗ୍ରାମରେ ୮୫,୫୦୦ ଟଙ୍କାରେ ବିକ୍ରି ହେଉଛି ।
ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୪,୬୭୦ ଟଙ୍କା ଏବଂ ରୂପା କିଲୋଗ୍ରାମ ପିଛା ୮୯,୦୦୦ ଟଙ୍କାରେ ବିକ୍ରି ହେଉଛି ।
ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୭୩,୬୯୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୫,୫୦୦ ଟଙ୍କାରେ ବିକ୍ରି ହେଉଛି ।
କୋଲକାତାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୩,୬୯୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୫,୫୦୦ ଟଙ୍କାରେ ବିକ୍ରି ହେଉଛି ।
ନୋଏଡାଠାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୩,୮୪୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୫,୫୦୦ ଟଙ୍କାରେ ବିକ୍ରି ହେଉଛି ।
ଲଖନଉରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୩,୮୪୦ ଟଙ୍କା ଏବଂ ରୂପା କିଲୋଗ୍ରାମରେ ୮୫,୫୦୦ ଟଙ୍କାରେ ବିକ୍ରି ହେଉଛି ।
ଜୟପୁର ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୩,୮୪୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୫,୫୦୦ ଟଙ୍କାରେ ବିକ୍ରି ହେଉଛି ।
ପୁଣେରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୩,୬୯୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୬,୫୦୦ ଟଙ୍କାରେ ବିକ୍ରି ହେଉଛି ।
ଗୁରୁଗ୍ରାମରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୩,୮୪୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୫,୫୦୦ ଟଙ୍କାରେ ବିକ୍ରି ହେଉଛି ।
ପାଟନାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୩,୭୪୦ ଟଙ୍କାରେ ଏବଂ ରୂପା କିଲୋଗ୍ରାମରେ ୮୫,୫୦୦ ଟଙ୍କାରେ ବିକ୍ରି ହେଉଛି ।
୧୦ ମଇରେ ଅକ୍ଷୟ ତୃତୀୟା :-
ଭାରତରେ ଅକ୍ଷୟ ତୃତୀୟା ଦିନ ସୁନା କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ବର୍ଷ ଅକ୍ଷୟ ତୃତୀୟାର ପର୍ବ ୧୦ ମଇରେ ପାଳନ କରାଯିବ । ଗତ କିଛି ଦିନ ମଧ୍ୟରେ ସୁନା ମୂଲ୍ୟରେ ବ୍ୟାପକ ବୃଦ୍ଧି ପରେ ସୁନା କିଣୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି, କିନ୍ତୁ ଆଜି ସୁନା ଓ ରୂପା ମୂଲ୍ୟ ହ୍ରାସ ପରେ ଗ୍ରାହକମାନେ କିଛି ମାତ୍ରାରେ ଆରାମ ପାଇପାରିବେ ।

Get real time updates directly on you device, subscribe now.