fbpx
BSKY SKY
BSKY SKY

ଟ୍ରେନରେ ଲାଗିଲା ନିଆଁ, ଉଦ୍ଧାର ସମୟରେ ଅଗ୍ନି ନିର୍ବାପନ ଯନ୍ତ୍ର ଫାଟି RPF ଯବାନଙ୍କ ମୃତ୍ୟୁ

BSKY

ମୁଜାଫରପୁର: ବିହାରର ମୁଜାଫରପୁରରୁ ଏକ ବଡ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । ଏଠାରେ ଏକ ଟ୍ରେନ୍‌ରେ ନିଆଁ ଲାଗିବା ସହିତ ଏହି ଘଟଣାରେ ଜଣେ RPF ଯବାନଙ୍କ ମୃତ୍ୟୁ ଘଟିଛି । ମୁଜାଫରପୁରରେ ବଲସାଡ-ମୁଜାଫରପୁର ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଯାଇଛି । ଟ୍ରେନ୍‌ରେ ଲାଗିଥଇବା ନିଆଁକୁ ଲିଭାଇବା ସମୟରେ ଏକ ଦୁର୍ଘଟଣା ଘଟି ଜଣେ ଆରପିଏଫ୍ ସିପାହୀଙ୍କ ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ବଲସାଡ-ମୁଜାଫରପୁର ଏକ୍ସପ୍ରେସ୍ ଏହାର ନିର୍ଦ୍ଧାରିତ ଷ୍ଟେସନରେ ପହଞ୍ଚିଥିଲା । କିନ୍ତୁ ଯାତ୍ରୀମାନେ ଓହ୍ଲାଇ ଯିବା ପରେ ସର୍ଟ ସର୍କିଟ୍ ହୋଇ ଟ୍ରେନର ଏକ ବଗିରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିଯିବା ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ଆରପିଏଫ୍ ଟିମ୍ ପହଞ୍ଚିଥିଲେ । ଏହି ସମୟରେ ଅଗ୍ନି ନିର୍ବାପନ ଯନ୍ତ୍ର ବ୍ଲାଷ୍ଟ କରିଯାଇଥିଲା ଓ ଏହି ଦୁର୍ଘଟଣାରେ ଆରପିଏଫ୍ ସିପାହୀଙ୍କ ମୃତ୍ୟୁ ହୋଇଯାଇଛି ।

Get real time updates directly on you device, subscribe now.