fbpx

Waxing କରିବା ପରେ ତ୍ୱଚାରେ ଜ୍ୱଳନ ଅନୁଭବ ହୋଇଥାଏ କି ? ଆପଣାନ୍ତୁ ଏହି ଟିପ୍ସ ଦୂରେଇ ଯିବ ସମସ୍ୟା

ଓଡ଼ିଶା ଭାସ୍କର: ଅଧିକାଂଶ ମହିଳା ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ପ୍ରସାଧନ ଆପଣାଇଥାନ୍ତି । ଏଥିମଧ୍ୟରୁ Waxing ଅନ୍ୟତମ । ସେମାନେ ପାର୍ଲର ଯାଇ Waxing ଉପରେ ଅଧିକ ଖର୍ଚ୍ଚ କରିଥାନ୍ତି । Waxing କରାଇବା ଏତେ ସହଜ ନଥାଏ । ଏହା ଗରମ ହେବା କାରଣରୁ ଆନେକ ସମୟରେ ତ୍ୱଚାରେ ଜ୍ୱଳନ ଅନୁଭବ ହୋଇଥାଏ । ଏହା ବ୍ୟତୀତ ୱାକ୍ସିଂ ପରେ ଆଲର୍ଜୀ, ତ୍ୱଚା କୁଣ୍ଡେଇ, ରାଶେସ୍ ହେବା ଏଭଳି ସମସ୍ୟା ଦେଖାଯାଇଥାଏ । ତେବେ ଚିନ୍ତା କରିବା କିଛି ଆବଶ୍ୟକତା ନାହିଁ । ନିମ୍ନଲିଖିତ କିଛି ଘରୋଇ ଟିପ୍ସ ଆପଣାଇବା ଦ୍ୱାରା ଏହି ସମସ୍ୟା ଠାରୁ ଦୂରେଇ ରହିପାରିବା ।

୧. ଥଣ୍ଡା ପାଣିର ପଟି: Waxing ପରେ ତ୍ୱଚାରେ ଜ୍ୱଳନ ଅନୁଭବ ହେଉଥିଲେ ପ୍ରଭାବିତ ସ୍ଥାନରେ ୧୫ ମିନିଟ ପାଇଁ ଥଣ୍ଡା ପାଣିର ପଟି ଦଅନ୍ତୁ । କିଛି ସମୟରେ ଆପଣ ଆଶ୍ୱସ୍ତି ଅନୁଭବ କରିବେ ।

୨. ଏଲୋଭେରା: ଏଲୋଭେରା ଏକ କୁଲିଂ ଏଜେଣ୍ଟ ଅଟେ । ତେଣୁ ଘରେ ଏଲୋଭେରା ଗଛ ଥିଲେ ଏହାର ଜେଲ୍ ବାହାର କରି ପ୍ରଭାବିତ ସ୍ଥାନରେ ଲଗାଇ ୧ରୁ ୨ ଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ । ଏହା ପରେ ସାଧା ପାଣିରେ ଧୋଇ ଦିଅନ୍ତୁ ।

୩. ନଡ଼ିଆ ତେଲ: ଫେନୋଲିକ୍ ଏସିଡ୍ ଏବଂ ପଲିଫେନାଲ ଭଳି ଆଣ୍ଟିବ୍ୟାକ୍ଟେରିଆଲ ଗୁଣରେ ଭରପୁର ନଡ଼ିଆ ତେଲ । ୱାକ୍ସିଂ ପରେ ତ୍ୱଚାରେ ଦେଖାଦେଇଥିବା ଆଲର୍ଜୀ ଠାରୁ ଦୂରେଇ ରଖିବା ପାଇଁ ନଡ଼ିଆ ତେଲ ଲଗାଇବା ଏକ ଉତ୍ତମ ବିକଳ୍ପ ।

୪. ଅଲିଭ୍ ତେଲ: ତ୍ୱଚାର କୋମଳତା ଏବଂ ଚମକ ବଜାୟ ରଖିଥାଏ ଅଲିଭ୍ ତେଲ । ତେଣୁ ୱାକ୍ସିଂ ପରେ ଗୋଟିଏ ଚାମଚ ଅଲିଭ୍ ତେଲ ଏବଂ ୨ରୁ ୩ ବୁନ୍ଦା ଟି ଟ୍ରି ତେଲର ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ । କିଛି ଘଣ୍ଟା ପରେ ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା ତ୍ୱଚା ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ ।

Waxing କରାଇବା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଉଚିତ:

– Waxing କରାଇବା ପୂର୍ବରୁ ତ୍ୱଚାରେ କୌଣସି ପ୍ରକାର ମଇଶ୍ଚରାଇଜର ଲଗାନ୍ତୁ ନାହିଁ । ଆପଣ ଚାହିଁଲେ ହାଲୁକା ପାଉଡର ଲଗାଇ ପାରିବେ । ଏହା ଦ୍ୱାରା ୱାକ୍ସ ବା ମହମ ସହଜରେ ବାହାରି ଥାଏ ।

– ତ୍ୱଚାରେ କେଶର ବୃଦ୍ଧି ଅଧିକ ଥିଲେ ଏହାକୁ ୱାକ୍ସିଂ ମାଧ୍ୟମରେ ଏକା ଥରକରେ ହଟାଇବାକୁ ଚେଷ୍ଟା କରନ୍ତୁ ନାହିଁ । ଏହା ଦ୍ୱାରା ତ୍ୱଚା ଛେଲି ହୋଇଯାଇଥାଏ ।

– Waxing କରାଇବା ପରେ କିଛି ଦିନ ଟାଇଟ୍ ପୋଷାକ ପରିବର୍ତ୍ତେ ଢ଼ିଲା ପୋଷାକ ପରିଧାନ କରନ୍ତୁ ।

– ନିୟମିତ ୱାକ୍ସିଂ କାରଣରୁ ଜ୍ୱଳନ ହେଉଥିଲେ କିଛି ଦିନର ଅନ୍ତର ରଖିପାରିବେ ।

– Waxing କରାଇବା ପରେ ଖରାକୁ ବାହାରନ୍ତୁ ନାହିଁ । ଯେତେ ଦୂର ସମ୍ଭବ ଥଣ୍ଡା କିମ୍ବା ଛାଇରେ ରୁହନ୍ତୁ । ଏହା ବ୍ୟତୀତ ୨ରୁ ୪ ଦିନ ପର୍ଯ୍ୟନ୍ତ ଗରମ ପାଣିରେ ଗାଧୋଇବା ଠାରୁ ଦୂରେଇ ରୁହନ୍ତୁ । ଅଧିକ ଅସୁବିଧା ହେଲେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ।

Get real time updates directly on you device, subscribe now.